April 27, 2026

କଲେଜ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

IMG-20230806-WA0002
Share

କଲେଜ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
====================

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଆସନ୍ତା ସୋମବାର ଅଗଷ୍ଟ 7 ରେ ଗଞ୍ଜାମ କଲେଜର55 ତମ ପ୍ରତିଷ୍ଠା ଦିବସ ପାଳନ ହେବ l ଏଥିପାଇଁ ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା l ଏଥିରେ ଦର୍ଶନ ଶାସ୍ତ୍ର ବିଭାଗର ପ୍ରାଧ୍ୟାପକ ଶ୍ରୀ ସିମାଞ୍ଚଳ ଭୋଳ ସଭାପତିତ୍ୱ କରିଥିଲେ l ପ୍ରାଧ୍ୟାପକ ଶ୍ରୀ ସିମାଞ୍ଚଳ ଭୋଳ ଏହି ପ୍ରତିଷ୍ଠା ଦିବସର ସ୍ଵତନ୍ତ୍ରତାକୁ ବିଶଦ ଭାବରେ ବର୍ଣ୍ଣନା କରି ସମସ୍ତ ସହକର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ରାଜନୀତି ବିଭାଗର ପ୍ରାଧ୍ୟାପକ ଶ୍ରୀ ଅମର ପ୍ରସାଦ ବିଶୋଇ ମହାବିଦ୍ୟାଳୟର ଉନ୍ନତି ଦିଗରେ ସମସ୍ତ ସହକର୍ମୀଙ୍କୁ ଅନୁରୋଧ କରି ପ୍ରତିଷ୍ଠା ଦିବସ କିପରି ସୂଚାରୁ ରୂପେ ସଂପାଦନ ହେବ ଆଲୋଚନା କରିଥିଲେ । ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଡ଼ଃ ନିରଞ୍ଜନ ଗୁରୁ ମଧ୍ଯ ନିଜ ମତବ୍ୟକ୍ତ କରିଥିଲେ।ଏହି ବୈଠକରେ ମହାବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରାଧ୍ୟାପିକା ଡ଼ଃ ସ୍ମରଣିକା ହୋତା, ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଇଂରାଜୀ ବିଭାଗର ପ୍ରାଧ୍ୟାପିକା ମମତା ପାଢ଼ୀ, ଓଡ଼ିଆ ବିଭାଗର ପିତାମ୍ବର ବେହେରା, ଇଂରାଜୀ ବିଭାଗର ଡ଼ଃ ଦୁର୍ଗା ପ୍ରସାଦ ଦାସ ଓ ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣଶିକ୍ଷିକ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ l ସମସ୍ତଙ୍କ ସହଯୋଗରେ କିଭଳି ପ୍ରତିଷ୍ଠା ଦିବସ ସୁରୁଖୁରୁରେ ପାଳିତ ହେବ ତାହା ବିସ୍ତୃତ ଭାବେ ଆଲୋଚନା ହୋଇଥିଲା l