ଓଏଏସ ପାଇଲେ ମଧ୍ୟବିତ୍ତ ପରିବାରର ରାକେଶ

IMG-20230803-WA0003
Share

ଓଏଏସ ପାଇଲେ ମଧ୍ୟବିତ୍ତ ପରିବାରର ରାକେଶ

ଅସ୍ତରଙ୍ଗ ୦୧/୦୮/। ସୋମବାର ଦିନ ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବାର ପରୀକ୍ଷା ଫଳ। ଏଥିରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅସ୍ତରଙ୍ଗ ଗ୍ରାମର ମଧ୍ୟବିତ୍ତ ପରିବାରର ପୁଅ ରାକେଶ ପରିଡ଼ା କୃତକାର୍ଯ୍ୟ ହୋଇଛନ୍ତି। ଏହାକୁ ନେଇ ସମଗ୍ର ଅସ୍ତରଙ୍ଗ ବ୍ଲକରେ ଖୁସିର ଲହରୀ ଖେଳିଯାଇଛି। ଅସ୍ତରଙ୍ଗ ଗ୍ରାମର ଚନ୍ଦ୍ର ଶେଖର ପରିଡ଼ା ସାବିତ୍ରୀ ପରିଡ଼ାଙ୍କ ଜ୍ୟେଷ୍ଠ ପୁତ୍ର ରାକେଶ ୨୫ ତମ ରିୟାଙ୍କ ପାଇଛନ୍ତି। ପ୍ରଥମ ପ୍ରୟାସରେ ସେ ସଫଳତା ପାଇଥିବା ରାକେଶ ଆମ ପ୍ରତିନିଧିଙ୍କୁ କହିଛନ୍ତି। ରାକେଶ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ନାତି ଓ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକଙ୍କ ପୁତୁରା । ରାକେଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ମୋର ସଫଳତା ପଛରେ ମୋ ବାପା ବୋଉ ଅଜା, ଆଈ, ଦାଦା ଖୁଡି ମାମୁଁ ମାଇଁ ଆଉ ଜଗନ୍ନାଥଙ୍କ ଆଶ୍ରିବାଦରୁ ମିଳିଛି। ରାକେଶ ନିମାପଡ଼ାରୁ ଆଏ ପାସ କରିବା ପରେ ଭୁନେଶ୍ବରସ୍ଥିତ କୃଷି ବୈଷୟିକ ବିଶ୍ଵ ବିଦ୍ୟାଳୟରୁ ଫରେଷ୍ଟ ବିଭାଗରେ ସ୍ନାକୋତ୍ତର ପାସ କରିଥିଲେ। ତା ପାରେ ହିମାଞ୍ଚଳ ପ୍ରଦେଶ ସୋଲନା ଆଇସିଆର ରୁ ଆଗ୍ରୋ ଫରେଷ୍ଟିରେ ପୋଷ୍ଟ ଗ୍ରାଯୁଏଟ ପାସ କରିଥିଲେ। ବାପାଙ୍କ ପ୍ରେରଣାରେ ସେ ଓଏଏସ ପଢ଼ିବା ପାଇଁ ଆଗ୍ରହୀ ହୋଇଥିଲେ। ପ୍ରଥମ ଥର ପ୍ରୟାସରେ ସେ ସଫଳତା ପାଇଥିବାରୁ ବିଭିନ୍ନ ଆଡୁ ଶୁଭେଛା ବାର୍ତ୍ତା ତାଙ୍କ ପାଖକୁ ଆସୁଥିବା ରାକେଶ କହିଛନ୍ତି। ଏଣିକି ସିଧାସଳଖ ଜନସାଧାରଣଙ୍କ ସେବା କରିବା ପାଇଁ ତାଙ୍କୁ ସୁଯୋଗ ମିଳିଲା ବୋଲି କହିଛନ୍ତି ରାକେଶ। ଓଏଏସ ପାଇବାରେ ଅସ୍ତରଙ୍ଗ ଗ୍ରାମର ପ୍ରଥମ ପୁଅ।

You may have missed