ମାଣିତରା ପଞ୍ଚାୟତ କାର୍ଯ୍ୟ ଖସଡ଼ାରେ ଅନିୟମିତତା
ମାଣିତରା ପଞ୍ଚାୟତ କାର୍ଯ୍ୟ ଖସଡ଼ାରେ ଅନିୟମିତତା
, ଜିଲ୍ଲାପାଳଙ୍କ ନିକଟରେ ନାଏବ ସରପଞ୍ଚ ଓ ୱାର୍ଡ ସଭ୍ୟଙ୍କ ଅଭିଯୋଗ
ବୁଗୁଡା : ତା ୦୨/୦୮/୨୩ : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତରେ ପ୍ରସ୍ତୁତ ହୋଇଥିବା ୨୦୨୨-୨୩ ଓ ୨୦୨୩-୨୪ କାର୍ଯ୍ୟ ଖସଡ଼ା ପଞ୍ଚାୟତ ବୈଠକରେ ଅନୁମୋଦନ ନ ହୋଇ ବ୍ଲକ ଅଫିସରେ ଦାଖଲ ହୋଇଥିବା ନେଇ ମାଣିତରା ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ସ୍ବର୍ଣ୍ଣଲତା ନାଇକ ଏବଂ ୧୫ ଜଣ ୱାର୍ଡ ମେମ୍ବର ଜୁଲାଇ ୩୧ ତାରିଖ ଦିନ ଛତ୍ରପୁର ଯାଇ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ ସହ ଆଲୋଚନା କରି ଫେରିଥିବା ଘଟଣା ସଂପ୍ରତି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ମାଣିତରା ପଞ୍ଚାୟତର ମୋଟ ୧୮ ଜଣ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ୧୬ ଜଣ ୱାର୍ଡ ମେମ୍ବର ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ଜୁଲାଇ ୩୦ ତାରିଖ ଦିନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଭେଟି ଓ୍ବାର୍ଡ ମେମ୍ବରଙ୍କ ବିନା ଅନୁମୋଦନରେ କିପରି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି ବୋଲି ପଚାରିଥିଲେ । ସରପଞ୍ଚ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ନ ପାରି ଯାହାବି ହୋଇଛି ତାହା ପ୍ରଫୁଲ ପଣ୍ଡା ନାମକ ଜଣେ ବ୍ୟକ୍ତି କରିଛନ୍ତି ବୋଲି କହିଥିଲେ । ଫଳରେ ସମସ୍ତ ୱାର୍ଡ ମେମ୍ବର ପଞ୍ଚାୟତ ଅଫିସରୁ ଫେରି ଆସିଥିଲେ ଏବଂ ସେମାନେ ଆଲୋଚନା କରି ଜୁଲାଇ ୩୧ ତାରିଖ ଦିନ ଏହି ଅନିୟମିତତା ବିଷୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ ପତ୍ର ଧରି ସମସ୍ତେ ଯାଇଥିଲେ ହେଁ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।
ଏହି ଅନିୟମିତତା ଘଟଣାକୁ ନେଇ ସାରା ବ୍ଲକରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏ ସମ୍ପର୍କରେ ବିଡିଓ ବାସୁଦେବ ନାୟକ ଉତ୍ତର ଦେବାକୁ ଅମଙ୍ଗ ହୋଇଥିବା ସ୍ଥଳେ ସଂପୃକ୍ତ ପଞ୍ଚାୟତର କାର୍ଯନିର୍ବାହୀ ଅଧିକାରୀ କାମିନୀ ରଞ୍ଜନ ନାହାକ ଫୋନ୍ ଉଠାଉ ନଥିବା ଦେଖାଯାଇଛି ।