April 29, 2026

ଦୁଇ ଦଫା ଦାବୀ ପୂରଣ ନହେଲେ କାର୍ଯ୍ୟବନ୍ଦ କରିବେ ପଞ୍ଚାୟତ ନିର୍ବାହୀ ଅଧିକାରୀ

IMG-20230802-WA0000
Share

ଦୁଇ ଦଫା ଦାବୀ ପୂରଣ ନହେଲେ କାର୍ଯ୍ୟବନ୍ଦ କରିବେ ପଞ୍ଚାୟତ ନିର୍ବାହୀ ଅଧିକାରୀ
———————————–

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ରୁ ଯୁକ୍ତ ତିନି କୁ ଉନ୍ନିତ ଓ ଦରମା ହାର ଲେବଲ 5ର 21,700 ରୁ ଲେବଲ 9ର 35,400 କୁ ବୃଦ୍ଧି ଏବଂ ଦଶବର୍ଷ ପୂରଣ କରିଥିବା ନିର୍ବାହୀ ଅଧିକାରୀ ଙ୍କୁ ସ୍ୱତନ୍ତ୍ର ପଦବୀରେ ଅବସ୍ଥାପିତ କରିବା ଦୁଇଦଫା ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ଙ୍କ ଉଧେଶ୍ଵରେ ଗଞ୍ଜାମ ବିଡ଼ିଓ ଙ୍କ ଜରିଆରେ ପ୍ରଦାନ କରାଯାଇଛି l
ନିର୍ବାହୀ ଅଧିକାରୀଙ୍କ ଉକ୍ତ ଦାବୀ ପୂରଣ ନିମନ୍ତେ ବାରମ୍ବାର ସରକାର ଓ ବିଭାଗିୟଙ୍କ ସଚିବ ନିର୍ଦ୍ଧେଶକ ଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦାବୀ ପୂରଣ ହୋଇନାହିଁ l ଯାହାକୁନେଇ ଆସନ୍ତା 18ତାରିଖ ଠାରୁ କଳାବ୍ୟାଜ ପରିଧ୍ୟାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ନେଇ ଗଞ୍ଜାମ ବ୍ଲକ ର ବିଭିନ୍ନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l

You may have missed