November 22, 2024

ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅର୍କିଟ ଫୁଲ ଚାଷ ବୁଲି ଦେଖିଲେ

Share

ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅର୍କିଟ ଫୁଲ ଚାଷ ବୁଲି ଦେଖିଲେ
—————————————

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଅର୍କିଟ ଚାଷ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି l ଏକ ଏକର ଜଗାରେ 50 ଲକ୍ଷ ଟଙ୍କା ବ୍ୟୟଅଟକଳରେ ଏହି ଚାଷ କରିବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି l ଏନେଇ ମଙ୍ଗଳବାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଭି କୀର୍ତ୍ତ ଭାଶନ ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ର ପାଲୁରୁ ଗଡ଼ ଡାଳଖାଇ ମନ୍ଦିର ନିକଟସ୍ଥ ଅର୍କିଟ ଫୁଲ ଚାଷ ହେଉଥିବା ସ୍ଥାନ ପରିଦର୍ଶନ କରିଥିଲେ l ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବାଣୀ ସୁକାନ୍ତ ପଟ୍ଟନାୟକ, ବିଡ଼ିଓ ଜସ୍ମିନ ପ୍ରଧାନ, ଡିପିଏମ ନବୀନ ସେନାପତି, ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l ବର୍ତମାନ ଫୁଲ ଗଛରେ ଫୁଲ ଫୁଟିବାକୁ ଆହୁରି ତିନି ମାସରୁ ଉର୍ଦ୍ଧ ସମୟ ଲାଗିବ ବୋଲି ଏସଏଚଜି ମହିଳା ଗୋଷ୍ଠୀ ପକ୍ଷରୁ କୁହାଯାଇଛି l ସେଠାରେ ବିଭିନ୍ନ ରଙ୍ଗର ଅର୍କିଟ ଫୁଲ ଗଛ ଲଗାଯାଇଛି l ଏହି ଗଛ ପ୍ରାୟତଃ ଥାଇଲାଣ୍ଡରୁ ଅଣାଯାଇଥାଏ l ଗୋଟିଏ ଗଛର ମୂଲ୍ୟ ଏକ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ 70 ରୁ 80 ଟଙ୍କା ପଡିଥାଏ l ଗୋଟିଏ ଗଛ ପ୍ରାୟ ତିନି ବର୍ଷରୁ ଚାରି ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ସହ ଗୋଟିଏ ବର୍ଷରେ 9 ଥର ଫୁଲ ଫୁଟିଥାଏ l ଏହି ଫୁଲର ଚାହିଦା ଓଡିଶା ଅପେକ୍ଷାକୃତ ମୁମ୍ବାଇ, କଲକାତା, ଅହମଦl ବାଦରେ ଚାହିଦା ରହିଛି l ଗୋଟିଏ ଫୁଲର ଦମ 10 ଟଙ୍କାରୁ 16 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ l ଏହି ଗଛ ବିନା ମାଟିରେ ଲାଗେନାହିଁ l ଏଥିସହ ବିବାହ ସମୟରେ ଓଡିଶାର ଭୁବନେଶ୍ୱର,କଟକ ରାଉଲକେଲା, ଖୋର୍ଦ୍ଧା ଆଦି ସ୍ଥାନରେ ମଧ୍ୟ ଏହାର ବେଶ ଚାହିଦା ରହିଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି l ଅନ୍ୟ ମାନଙ୍କ ମଧ୍ୟରେ ସ୍ୱୟଂ ସହାୟକ ମହିଳା ମାନଙ୍କ ସହ ବ୍ଲକ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l