April 25, 2026

ଜ୍ଞାନ ବର୍ଧିନି ରେ ବୃକ୍ଷ ରୋପଣ

IMG-20230801-WA0020
Share

ଜ୍ଞାନ ବର୍ଧିନି ରେ ବୃକ୍ଷ ରୋପଣ
କୋଲନରା ବ୍ଲକ ସଦର ମହକୁମା ଅଧିନସ୍ଥ ନୂତନ ଜ୍ଞାନ ବର୍ଧିନୀ ସ୍ଵତନ୍ତ୍ର ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି।ଉକ୍ତ କାର୍ଯକ୍ରମ ରେ ଆଦିବାସି ଓ ହରିଜନ ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି, ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ର ଜେନେରାଲ ମ୍ୟାନେଜର ପ୍ରଫେସର ପ୍ରଫୁଲ୍ଲ ଧଳ ମୁଖ୍ୟ ବକ୍ତା,ଜିଲ୍ଲା ନିୟୋଜନ ଅଧିକାରୀ ରାୟଗଡ଼ା, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲେଶିକା ,ଗୋଷ୍ଠି ଉନ୍ନୟନ ଅଧିକାରୀ କୋଲନରା ଗୌର ଚନ୍ଦ୍ର ପଟ୍ଟନାୟକ,ଜିଲ୍ଲା ପରିଷଦ ସଦସ୍ୟ ଧବଳେଶ୍ୱର ନାଇଡୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ଵତନ୍ତ୍ର ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।ଏହି ଅବସରରେ ଆୟୋଜିତ ସଭାରେ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କ ସମେତ ବିଦ୍ୟାଳୟ ର ଅଧ୍ୟକ୍ଷ ଜୟଦେବ ବାଙ୍କ, ଫୁଜିଓ ଥେରାପିଷ୍ଟ ଡକ୍ଟର ଟି. ଦାମୋଦର ଚାନ୍ଦ, TGT ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସାହୁ, ଭୋକେସନାଲ ଶିକ୍ଷୟିତ୍ରୀ ନମିତା ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ ର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ।ପରିଶେଷରେ ସ୍ଵତନ୍ତ୍ର ଶିକ୍ଷକ ସୁବିନାଥ ବଗର୍ତ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

You may have missed