ଖବର ଆଜିର
*ତାରିଖ ୨୯/୦୧/୨୩, ରବିବାର*
*୧-କିଟ୍ର ୨୫ ବର୍ଷ ପୂର୍ତ୍ତି ରୌପ୍ୟ ଜୟନ୍ତୀ ପାଳନ ଅବସରରେ କିଟ୍ ଓ କିସ୍ ପକ୍ଷରୁ ଆଜି ମିନି ମାରାଥନ୍ ଆୟୋଜିତ। ଓଡ଼ିଶାର ୩୫ଟି ସ୍ଥାନରେ, ଭାରତର ୨୫ଟି ସହର ଓ ବିଶ୍ୱର ୨୫ଟି ଦେଶରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ ।*
*୨-ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେଲା ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ; ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଜମିଲା ଭିଡ।*
*୩-ବିଶିଷ୍ଟ ସାହିତ୍ୟିକ,କବି ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କ ୭୫ ବର୍ଷ ବୟସରେ ଦେହାନ୍ତ।*
*୪-କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା-ନରଣପୁର ରାସ୍ତା:ଅଟୋ ଓ ପିକ୍ଅପ୍ ଭ୍ୟାନ୍ ଧକ୍କା, ୪ ମୃତ, ୩ ଗୁରୁତର।*
*୫-କଟକ:ହାଇକୋର୍ଟ କର୍ମଚାରୀଙ୍କ ବାସଗୃହ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ।*
*୬-ଭୁବନେଶ୍ୱର IITର ଏକାଦଶ ସମାବର୍ତ୍ତନ ଉତ୍ସବ; ୬୭୧ ଛାତ୍ରଛାତ୍ରୀ ପାଇଲେ ଡିଗ୍ରୀ ଉପାଧି।*
*୭-ରାଜ୍ୟବ୍ୟାପୀ ଉଚ୍ଚ ମାଧ୍ୟମିକ ଶିକ୍ଷକ -ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ।ଅଭିଭାବକ ଦେଲେ ଶିକ୍ଷକଙ୍କୁ ପରାମର୍ଶ: ଆୟୋଜନ ହେଉ ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟକ୍ରମ, ଲାଗୁ କରାଯାଉ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା।*
*୮-ବଦଳୁଛି ପାଣିପାଗ: ମାଘ ମାସରେ ମୁଣ୍ଡଫଟା ଖରା, ୩୩ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା।*
*୯-ମୁଖ୍ୟ ଶାସନ ସଚିବଙ୍କ ପୁରୀ ଜିଲା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା, କହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୩ ମାସରେ ସମ୍ପର୍ଣ୍ଣ ହେବ।*
*୧୦-ଅତାବିରା ବ୍ଲକ ଅନ୍ତର୍ଗତ ପାହାର ଶ୍ରିଗୀଡା ମହା ବିଦ୍ୟାଳୟ:ବାର୍ଷିକ ଉତ୍ସବର ବଳକା ଖାଦ୍ୟ ଖାଇ ୧୧ ଜଣ ହଷ୍ଟେଲ ଛାତ୍ରୀ ଅସୁସ୍ଥ।*
*୧୧-ବିଦ୍ରୋହୀଙ୍କ ବସା ପାଲଟିବ କି BRS ? ଅସନ୍ତୁଷ୍ଟ ନେତାଙ୍କୁ ନିଜ ଶିବିରକୁ ନେଉଛନ୍ତି KCR।*
*୧୨-କେନ୍ଦ୍ରାପଡାରେ ବିଜେପି ବନାମ ଅପରାଜିତା । ରୋଡ ସୋ’ରେ ଶକ୍ତି ପ୍ରଦର୍ଶନ କଲେ ଭୁବନେଶ୍ୱର ସାଂସଦ । ହେଲେ ଆସିଲେନି ବରିଷ୍ଠ ନେତା।*
*୧୩-‘ଡ୍ରିଙ୍କ୍ ଫ୍ରମ ଟ୍ୟାପ ’କୁ ନୋବେଲ ବିଜେତା ମାଇକେଲ କ୍ରେମରଙ୍କ ପ୍ରଶଂସା :ଟ୍ୟାପରୁ ସିଧାସଳଖ ପାଣି ପିଇଲେ, ଜଳସାଥୀଙ୍କ ସହ ଆଲୋଚନା କଲେ।*
*୧୪-ଗୋଆରେ ନୂଆ ନିୟମ : ବିଚ୍ ରେ ମଦ ପିଇଲେ ଜରିମାନା,ଖୋଲାରେ ଖାଦ୍ୟ ତିଆରି କଲେ ୫୦ ହଜାର ଟଙ୍କା ଫାଇନ୍, ବିନା ଅନୁମତିରେ ଟୁରିଷ୍ଟଙ୍କ ଫଟୋ ମନା।*
*୧୫-ବିଶ୍ୱ ଧନୀ ତାଲିକାରେ ୭ ନମ୍ବରକୁ ଖସିଲେ ଗୌତମ ଆଦାନୀ । ଦୁଇ ଦିନରେ ହରାଇଲେ ୪ ଲକ୍ଷ କୋଟିରୁ ଅଧିକ ଟଙ୍କା।*
*୧୬-ମଧ୍ୟପ୍ରଦେଶ:ବାୟୁସେନାର ଦୁଇ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ। ଆକାଶରେ ଧକ୍କା ପରେ ଜଳିଗଲା ଦୁଇ ବିମାନ।*
*୧୭-ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ ନାମ ବଦଳି ହେଲା ‘ଅମୃତ ଉଦ୍ୟାନ’।*
*୧୮-ତୃତୀୟ ଦିନରେ କମିଲା ‘ପଠାନ’ର ଆୟ, ଓ୍ୱାର୍ଲ୍ଡ ଓ୍ୱାଇଡରେ ୩୦୦ କୋଟି ଟପିଲା ରୋଜଗାର।*
. *🙏 ସୁପ୍ରଭାତ🙏*