September 21, 2024

ଝଙ୍କଡ଼ ଶାରଳାଙ୍କ ଶ୍ରୀଅଙ୍ଗଲାଗି ସେବାରେ ଇଏ କି ବ୍ୟତିକ୍ରମ ? କ୍ଷଣକ ମଧ୍ୟରେ ଶ୍ରୀଅଙ୍ଗ ହେଉଛି ଶ୍ରୀହୀନ !

Share

ଝଙ୍କଡ଼ ଶାରଳାଙ୍କ ଶ୍ରୀଅଙ୍ଗଲାଗି ସେବାରେ ଇଏ କି ବ୍ୟତିକ୍ରମ ? କ୍ଷଣକ ମଧ୍ୟରେ ଶ୍ରୀଅଙ୍ଗ ହେଉଛି ଶ୍ରୀହୀନ !
==================== ତିର୍ତ୍ତୋଲ :-ବାଣୀ କ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ଠାକୁରାଣୀଙ୍କ ମନ୍ଦିର ରେ ପ୍ରଶାସନିକ ଲଗାମଛଡ଼ା ନୀତି ଯୋଗୁଁ ଉଜୁଡି ଯାଉଚି ମହାର୍ଘ୍ୟ ପରମ୍ପରା ଓ ଗୌରବମୟ ଆଦିସଂସ୍କୃତି। ଯାହା ପୁରୀ ଶ୍ରୀ ଜଗନ୍ନାଥଙ୍କ ମା ଲକ୍ଷ୍ମୀ , କାକଟପୁର ମା ମଙ୍ଗଳା , ଯାଜପୁର ମା ବିରଜା ହୁଅନ୍ତୁ କଟକର କଟକ ଚଣ୍ଡୀ ହୁଅନ୍ତୁ , ଏ ସବୁଠାରେ ଠାକୁରାଣୀ ଙ୍କ ବେଶସରିବା ପରେ ମାଳ ତ ଦୂରର କଥା ଫୁଲ ଟିଏ ବି ଶ୍ରୀଅଙ୍ଗରୁ କଢା ନ ଯିବାର ଦେଖାଯାଏ । ବିଶେଷ କରି ଶ୍ରୀଅଙ୍ଗକୁ ଆଭୂଷଣ କରିବା ପରେ, ତହିଁ ଉପରେ କୌଣସି ଶାଢ଼ୀ ମଧ୍ୟ ପକା ଯାଏ ନାହିଁ। ଶ୍ରଦ୍ଧାଳୁ ଭକ୍ତମାନଙ୍କ ମାନସିକ ଶାଢ଼ୀ କୁ ପାଦ ତଳେ ରଖାଯାଇଥାଏ । ମାତ୍ର ଦୁଃଖ ଓ ପରିତାପର ବିଷୟ ମା’ ଶାରଳାଙ୍କ ମନ୍ଦିରରେ ଏବେ ଏହାର ଚରମ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମନ୍ଦିର ପ୍ରଶାସନ ତରଫରୁ ଏଥି ନିମନ୍ତେ କୌଣସି କଡାକଡି ବିଧିବ୍ୟବସ୍ଥା ନଥିବାରୁ , ମୁଷ୍ଟିମେୟ ସେବାୟତ ମାନେ, ମାଆଙ୍କ ବେଶସରିବାମାତ୍ରେ ମନଇଛା ମାଆଙ୍କ ମୁଣ୍ଡରୁ ଓ ଶ୍ରୀ ଅଙ୍ଗ ରୁ ଚନ୍ଦନ ସିନ୍ଦୂର ପୋଛି ନିଅନ୍ତି ତ ଆଉ କେହି ଫୁଲ ଓ ଫୁଲମାଳ ସବୁ ନେଇ ଯାଇ ମାଆଙ୍କୁ ଶ୍ରୀହୀନ କରି ବସାଇ ଦେବାକୁ କୁଣ୍ଠାବୋଧ କରନ୍ତି ନାହିଁ। ମା’ ସିନା ସୁନ୍ଦର ରହିଲେ ଏ ଦୁନିଆଁ ସୁନ୍ଦର ରହିବ , ଆଉ ଆମ ସମସ୍ତଙ୍କ ଜୀବନ ସରସ ସୁନ୍ଦର ହେବ , ଏ କଥା କୁ ଭୁଲି ଯାଆନ୍ତି ଏହି ମୁଷ୍ଟିମେୟ ସେବାୟତ ମାନେ। ମାତ୍ର ଅପର ପକ୍ଷରେ ବହୁ ଦେବତୂଲ୍ୟ ପଣ୍ଡା ସେବକ ଏପ୍ରକାରର ମନୋମୁଖୀ କାର୍ଯ୍ୟକଳାପ କୁ ତୀବ୍ର ବିରୋଧ କରି ଅସନ୍ତୋଷ ବ୍ୟକ୍ତ କରୁଥିଲେ ମଧ୍ୟ ସେମାନଙ୍କ କଥାକୁ ଆଦୌ ଗୁରୁତ୍ଵ ଦିଆଯାଉ ନାହିଁ । ସବୁଠୁଁ ଦୁଃଖର ବିଷୟ ,ଯାତ୍ରୀ ମାନଙ୍କ ଦାନ ଅର୍ଥରେ ମାଆଙ୍କ ନିତିକାନ୍ତି ହେଉଥିବା ବେଳେ ସେବାୟତ ମାନେ ମଧ୍ୟ ସେମାନଙ୍କ ପାଇଁ ପୂଜାର୍ଚ୍ଚନା କରି ତାଙ୍କର ଦାନ ଦକ୍ଷିଣା ରେ ନିଜ ନିଜର ପରିବାର ପ୍ରତିପୋଷଣ କରିଥାଆନ୍ତି । ହେଲେ ଏହି ମୁଷ୍ଟିମେୟ ସେବାୟତମାନେ ଯାତ୍ରୀ ମାନଙ୍କୁ ଘର ଗ୍ରାମ ଓ ଠିକଣା ପଚାରିଲା ବେଳେ ଶାଳିନତା କୁ ଉଲଙ୍ଘନ କରିବାକୁ ପଛେଇ ଯାଆନ୍ତି ନାହିଁ । ଗୋଷ୍ଠୀଗତ ଭାବରେ ଟାହି ଟାପରା କରି ଯାତ୍ରୀ ମାନଙ୍କୁ ଲଜ୍ଜିତ ଓ ଅପମାନିତ କରି ସେମାନଙ୍କର ଭାବାବେଗ କୁ ମଧ୍ୟ ନଷ୍ଟ କରିଥାଆନ୍ତି i ପ୍ରତିଦିନ ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ଏପରି ଅଭାବନୀୟ ପରିସ୍ଥିତିରେ ପଡି ନାନା ଅସୁବିଧାର ସମ୍ମୁଖିନ ହେଉଥିଲେ ମଧ୍ୟ ସେମାନଙ୍କର ଆପତ୍ତି ଅଭିଯୋଗ ଶୁଣିବା ପାଇଁ ପ୍ରଶାସନ ତରଫରୁ କୌଣସି ବିଧିବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରି ଥାଆନ୍ତି । ପ୍ରଶାସନ ତରଫରୁ ଏଥିନିମନ୍ତେ ଦୃଢ଼ ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ , ସରକାର ଙ୍କ ତରଫରୁ ମାଆଙ୍କ ପୀଠର ସୌନ୍ଦର୍ଯ୍ୟ କରଣ ହେବ ସିନା ହେଲେ ଭିତରର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ ? ତିର୍ତ୍ତୋଲରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !