April 27, 2026

ଭୋଇପାଲି ଠାରେ ଗୋଷ୍ଟାଷ୍ଟମୀ ପାଳିତ

IMG-20251031-WA0080
Share

 

 

 

 

 

ଅତାବିରା ବ୍ଲକ ଅଧିନ ଲରାସରା ପଞ୍ଚାୟତ ଭୋଇପାଲି ଠାରେ ବ୍ଲକ ଯାଦବ ସମାଜ ତରଫରୁ ମହାସମାରୋହରେ ଗୋଷ୍ଟାଷ୍ଟମୀ ପାଳନ କରାଯାଇଛି | ଗାଁର ଗନ୍ତିଆ ନନ୍ଦକିଶୋର ଭୋଇ ଓ ତାଙ୍କ ପତ୍ନୀ ସସ୍ମିତା ଭୋଇଙ୍କୁ ଯାଦବ ସମାଜ ତରଫରୁ ଏକ ଭବ୍ୟ ଶୋଭାଯାତ୍ରାରେ ବରଣ କରାଯାଇ ପୂଜା ସ୍ଥଳକୁ ନିଆଯାଇଥିଲା |ସେଠାରେ ଗାଈଗୋରୁଙ୍କୁ ପାରମ୍ପରିକ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ସହ ସେମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା |ଏହି ଅବସରରେ ଯାଦବ ସମାଜର ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ସାଲମାଙ୍କ ସଭାପତିତ୍ବରେ ଏକ ସଭା ଆୟୋଜିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଲରାସରା ସରପଂଚ କୀର୍ତ୍ତନ ସେଠ,ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରଞ୍ଚି ଭୋଇ,ସମ୍ମାନୀତ ଅତିଥି ଚନ୍ଦ୍ରଶେଖର ଭୋଇ ମଂଚାସୀନ ଥିଲେ |ଅତିଥି ପରିଚୟ ପ୍ରଦାନ କରିଥିଲେ ସୁକୁମାର ବାଗ,ସଂସ୍କୃତି ଓ ସଂସ୍କାରର ଏହି ପବିତ୍ର ପରମ୍ପରା ଆମକୁ ଗୋସେବା ହିଁ ସେବାର ସର୍ବୋଚ୍ଚ ରୂପ ଓ ଗୋ ସୁରକ୍ଷା ହିଁ ଧର୍ମର ଏକ ଜୀବନ୍ତ ପ୍ରତୀକ ବୋଳି ମୁଖ୍ୟ ବକ୍ତା ବିରଂଚି ଭୋଇ କହିଥିଲେ |ସୁଦାମ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ |ବ୍ଲକର ଶତାଧିକ ଯାଦବ ଭାଇଭଉଣୀମାନେ ଏଥିରେ ଯୋଗଦେଇଥିଲେ | ମହନ କଠାର,ଚୂଡାମଣି ଦୀପ,ସୁରେନ୍ଦ୍ର କଠାର ,ସନ୍ୟାସି ଠେଲା,ହିମାଂଶୁ କୁଦେଇ,କୁମରମଣି ଭୋଇ,ଗୋକୁଳ ଚିର୍ଗୁଣ,ଦେବଦତ୍ତ ତାଣ୍ଡି,ପ୍ରଶାନ୍ତ ବନଛୁର,ରେନମାଲ ଜାଲ,ଆନନ୍ଦ ଜାଲ,ଜଗନ୍ନାଥ ଧରେଇ,ଶ୍ରୀପତି ପୋଡ,ବୃନ୍ଦାପନ ଦୀପ ,ସନ୍ତୋଷ ଭୋଇ,ରବି ବାଗ ଓ ଭୋଇପାଲି ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ |