ସାନଖେମୁଣ୍ଡି ଗ୍ରାମ୍ୟନ୍ୟାୟାଳୟ କୋର୍ଟରେ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ ଓ ରାଷ୍ଟ୍ରୀୟ ଏକତା ଦିବସ ସପଥ କରାଇଲେ ବିଚାରପତି..
ସାନଖେମୁଣ୍ଡି: (ବିଜୟ କୁମାର ପ୍ରଧାନ) ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଅଦାଲତର ବିଚାରପତି ଶରୋନ ବସ୍ତିଆ ସାନଖେମୁଣ୍ଡି ଓକିଲ ଓ ବିଚାର ବିଭାଗୀୟ କର୍ମଚାରୀଙ୍କୁ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ ସହ ରାଷ୍ଟ୍ରୀୟ ଏକତା ଦିବସ ସପଥ ପାଠ କରାଇଛନ୍ତି। କୋର୍ଟ ପରିସରରେ ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଚାରପତି ଶରୋନ ବସ୍ତିଆ ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କତା ସହିତ ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ। ଦୁର୍ନୀତିର ମୁଳୋତ୍ପାଟନ ନିମନ୍ତେ ସମସ୍ତ ସରକାର, ନାଗରିକ ସମୁଦାୟ ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ ତତ ସହିତ ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ପାଇଁ ସପଥ କରାଇଥିଲେ। ଉକ୍ତ ଶପଥ ପାଠ କାର୍ଯ୍ୟକ୍ରମରେ ଓକିଲ ରବୀନ୍ଦ୍ର ନାଥ ବେହେରା, ସନ୍ତୋଷ କୁମାର ସାହୁ, କିଶୋର ଚନ୍ଦ୍ର ଗୌଡ଼, ପ୍ରଶାନ୍ତ କୁମାର ଡାକୁଆ, ପ୍ରଶାନ୍ତ କୁମାର ବରାଡ଼, ରାଜେନ୍ଦ୍ର ସାହୁ, ବିଜୟ କୁମାର ପ୍ରଧାନ ଙ୍କ ସମେତ ବିଚାର ବିଭାଗୀୟ କର୍ମଚାରୀ ପ୍ରଜ୍ଞାଲିମା ବାରିସଲ, ପି. ଶିବାନୀ, ସୁଶ୍ରୀ କୃତାଞ୍ଜଳି ମଳିକ, ଇନ୍ଦ୍ରମଣୀ ମଲିକ,ସନ୍ତୋଷ କୁମାର ରାଉତ, ପ୍ରଫୁଲ ବେହେରା, ସମୀର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସାନଖେମୁଣ୍ଡିରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର
