June 19, 2026

ଶିଶୁ, କିଶୋର ଓ କିଶୋରୀଙ୍କ ହୃଦ ରୋଗ ପରୀକ୍ଷା ଶିବିର

IMG-20251031-WA0014
Share

 

 

ଅନୁଗୋଳ,ତା.୩୦.୧୦:– ରାଷ୍ଟ୍ରିୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆର. ବି. ଏସ୍. କେ ଓ ନାରାୟଣ କାର୍ଡିୟାକ୍ ସାଇନ୍ସ ଇନଷ୍ଟିଚ୍ୟୁଟ ବାଙ୍ଗାଲୋର ସହାୟତାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏନ୍.ଆର. ସି ଠାରେ ଶିଶୁ, କିଶୋର ଓ କିଶୋରୀଙ୍କ ହୃଦ ରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୦୧ ଜଣ ପିଲାଙ୍କ ହୃଦରୋଗ ପରୀକ୍ଷା କରାଯାଇଥିଲା । ଗୁରୁତରଙ୍କ ମାଗଣା ଅସ୍ତ୍ରୋପଚାର କରାଯିବ । ଜନ୍ମରୁ ୧୮ ବର୍ଷର ପିଲାଙ୍କ ପାଇଁ ଏହି ଶିବିର ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିଲା।ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ଉଦଘାଟନ କରି ଏଭଳି ଶିବିରର ଆବଶ୍ୟକତା ବିଷୟରେ ବୁଝାଇଥିଲେ। ଡାକ୍ତର ତରଙ୍ଗିନୀ ଦାସ କହିଥୁଲେ ଆଜି କାଲି ବହୁତ ପିଲା ଜନ୍ମଗତ ହୃଦରୋଗରେ ପିଡିତ ହେଉଛନ୍ତି ଯାହାର ଚିକିତ୍ସା ବ୍ୟୟ ବହୁଳ । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ର ଓ ସ୍କୁଲରୁ ପିଲାଙ୍କ ତାଲିକା ପ୍ରସ୍ତୁତ କରାଯାଇ ଏହି ନିର୍ଦ୍ଧିଷ୍ଟ ଦିନରେ ଶିବିରର ଆୟୋଜନ କରାଯାଇଛି।ଏହି ପରୀକ୍ଷା ଶିବିରରେ ଚିହ୍ନଟ ହୋଇଥିବା ପିଲାଙ୍କ ହୃଦରୋଗ ଅସ୍ତ୍ରୋପଚାର ବାଙ୍ଗାଲୋର ସ୍ଥିତ ନାରାୟଣ କାର୍ଡିୟାକ୍ ସାଇନ୍ସ ଇନଷ୍ଟିଚ୍ୟୁରେ କରାଯିବ। ସରକାର ଏଥିପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି। ଏମିତିକି ରୋଗୀଙ୍କ ଯାତାୟତ ଖର୍ଚ୍ଚ ମଧ୍ଯ ସରକାର ବହନ କରୁଛନ୍ତି।

ଶିବିରରେ ନାରାୟଣ କାର୍ଡିଅକ୍ ସାଇନ୍ସ ଇନଷ୍ଟିଚ୍ୟୁଟ ବାଙ୍ଗାଲୋରରୁ ଆସିଥିବା ଶିଶୁ ହୃଦରୋଗ ବିଶେଷଜ୍ଞ ଡା. ଅତୁଲ ସୁରେନ୍ଦ୍ର ପ୍ରଭୁ ଯୋଗ ଦେଇ ପିଲାଙ୍କ ହୃଦରୋଗ ପରୀକ୍ଷା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ମଦନ ମୋହନ ପ୍ରଧାନ , ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଅନ୍ତର୍ଯ୍ୟାମୀ ମିଶ୍ର, ପି ଏ ପି କଲେଜର ସୁପରିଟେଣ୍ଡେଟ ତରଙ୍ଗିନୀ ଦାସ, ଡି ପି ଏମ୍ ସୌମ୍ୟାରାଣୀ ଗୌଡ, ଆର ବି ଏସ୍ କେ ମ୍ୟାନେଜର ଦିପ୍ତି ରଞନ ଦାସ, ଜିଲ୍ଲା ଶିଶୁ ସ୍ବାସ୍ଥ୍ୟ ପରିଚାଳିକା ସବିତା କୁମାରୀ ପଣ୍ଡା, ଅତିରିକ୍ତ ଜନ ସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ପୁଷ୍ପଲତା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ଡା. ଶିବ ଶଙ୍କର ବରିହାଙ୍କ ସହ ଆୟୁସ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ, ହସପିଟାଲ ପରିଚାଳକ ଓ ଏନ୍ ଆର ସିର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

You may have missed