ନଭେମ୍ବର ୨ ରୁ ୭ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା:ଓଡିଶା ପର୍ଯ୍ୟଟନ ଶିଳ୍ପରେ ପୁଞ୍ଜିନିବେଶକୁ କରିବ ତ୍ୱରାନ୍ୱିତ

IMG-20241031-WA0038
Share

 

ଭୁବନେଶ୍ୱର,(ରାଜାରାମ ଷଡ଼ଙ୍ଗୀ)ଆସନ୍ତା ନଭେମ୍ବର 2 ତାରିଖରୁ 9 ତାରିଖ ପର୍ଯ୍ୟନ୍ତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ‘Tourism Odyssey: Strengthening ties with Diaspora and Industry Leaders” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସାତଦିନିଆ ଲଣ୍ଡନ ଗସ୍ତ କରିବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶ ମାଟିରେ ଶ୍ରୀମତୀ ପରିଡା ଓଡିଶା ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଉପରେ ଆଲୋକପାତ କରିବେ। ଏହି ଗସ୍ତ ଓଡିଶାର ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟ ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବ ବୋଲି ଦୃଢ଼ ଆଶା କରାଯାଉଛି।

 

You may have missed