April 24, 2026

କମିବାକୁ ବସିଲାଣି ବର,ଅଶ୍ୱସ୍ତ ଓ ନିମ୍ବ ବୃକ୍ଷ। ସନ୍ତୁଳନ ହରାଉଛି ଜଳବାୟୁ।

0ba315b3-06e6-4cc8-b5d1-257d0e851b1f
Share

ବୋଲଗଡ,୩୧/୦୭(ଉପାନ୍ତ ଖବର) ଋତୁ ଚକ୍ର ଅନୁସାରେ ବର୍ତ୍ତମାନ ପାଣିପାଗ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଯେଉଁ ଋତୁରେ ଯାହା ଅନୁଭୂତ ହେବା କଥା
ତାହା ନ ହୋଇ ବଦଳୁଛି ଜଳବାୟୁ।ବାୟୁ ମଣ୍ଡଳରେ ଦିନକୁ ଦିନ ବୃଦ୍ଧି ପାଉଛି ଉତାପ।ଫଳରେ ଋତୁ ଅନୁସାରେ ବର୍ଷା, ଶୀତ ଓ ବସନ୍ତ ଋତୁର ଅନୁଭୂତି ହେଉନି।ସମାଜରେ ବାୟୁ ପ୍ରଦୂଷଣ ଓ ଜନଜୀବନ ପ୍ରଭାବିତ ହେବାର ଦେଖାଦେଇଛି।ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ବର,ଅଶ୍ୱସ୍ତ ଓ ନିମ୍ବ ବୃକ୍ଷର ରହିଛି ଗୁରୁତ୍ଵପୂର୍ଣ୍ଣ ଭୂମିକା ପୋଥି ,ପୁରାଣରେ ବର, ଅଶ୍ୱସ୍ତ ଓ ନିମ୍ବ ବୃକ୍ଷକୁ ନେଇ ବିଭିନ୍ନ କିମ୍ବଦନ୍ତୀ ରହିଅଛି।ପାଠ୍ୟ ପୁସ୍ତକ ଅନୁସାରେ ଏହି ବୃକ୍ଷ ଆୟୁଷ ତିନିଶହରୁ ପାଞ୍ଚଶହ ବର୍ଷ ଥିବା ବେଳେ ପରିବେଶ ପାଇଁ ବଡ ହିତକାରୀ। ବାୟୁ ମଣ୍ଡଳକୁ ପ୍ରଚୁର ପରିମାଣରେ ଅମ୍ଳଜାନ ଯୋଗାଇବ ସହିତ ତାପମାତ୍ରାକୁ ନିୟତ୍ରଣ କରିବାରେ ବର,ଅଶ୍ୱସ୍ତ ଓନିମ୍ବ ବୃକ୍ଷ ହେଉଛି ପ୍ରଥମ।କିନ୍ତୁ ବର୍ତ୍ତମାନ ସମୟରେ ଏହି ବୃକ୍ଷ ଗୁଡିକ ଦିନକୁ ଦିନ ବହୁମାତ୍ରାରେ କମିବାରେ ଲାଗିଛି।ପ୍ରାୟ ଲୋପ୍ ହେବାକୁ ବସିଲାଣି। ତେଣୁ ଏହି ବର,ଅଶ୍ୱସ୍ତ ଓ ନିମ୍ବ ବୃକ୍ଷକୁ ଅଧିକ ପରିମାଣରେ ଲଗାଇବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଯାହାକି ବୁଦ୍ଧିଜୀବୀ,ଶିକ୍ଷାବିତ୍ତ୍ ଓ ପରିବେଶ ବିତ୍ତ୍ ମାନଙ୍କର ମତପ୍ରକାଶ ପାଇଛି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

You may have missed