ବ୍ରହ୍ମାକୁମାରୀ ସେବା କେନ୍ଦ୍ର ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ଖୋରଧା:–( ପ୍ରିୟଙ୍କା ମହାପାତ୍ର)- ଖୋରଧା ଗୋଡିପୋଖରୀ ଠାରେ ଅବସ୍ଥିତ ବ୍ରହ୍ମାକୁମାରୀ ସେବା କେନ୍ଦ୍ର ପରିସରରେ ସକାଳ “ବିଶ୍ବ ତମାଖୁ ବର୍ଜନ ଦିବସ” ପାଳିତ ହୋଇଯାଇଛି । କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କର ସଭାପତିତ୍ବରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବରେ ଖୋରଧା ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀମତୀ ସୁମତି ତ୍ରିପାଠୀ ଯୋଗଦେଇ ତାଙ୍କ ବକ୍ତବ୍ୟ ରେ “ନିଶା କିଛି ସମୟ ପାଇଁ କ୍ଷଣସ୍ଥାୟୀ ସୁଖ ପ୍ରଦାନ କରି ମନୁଷ୍ୟ ଜୀବନକୁ ବରବାଦ କରିଦିଏ” ବୋଲି କହିଥିଲେ।ବ୍ରହ୍ମା କୁମାର ଜୟକୃଷ୍ଣ ଭାଇ ନିଶା ମୁକ୍ତି ପାଇଁ ମାନସିକ ଦୃଢତା ଜରୁରୀ ବୋଲି କହିଥିଲେ। ଏହା ପରେ ଖୋରଧା ଜିଲ୍ଲା କାରାଗାର ପରିସରରେ ଅଧିକ୍ଷକ ରାଜିବ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ନିଶାମୁକ୍ତ ସଭାରେ ୨୦୦ରୂ ଉର୍ଦ୍ଧ୍ୱ କାରାଗାର ରେ ଥିବା ଅନ୍ତେବାସୀ ଯୋଗଦାନ କରି ନିଶା ବର୍ଜନ କରିବା ପାଇଁ ଶପଥ ନେଇଥିଲେ। ଶେଷରେ ବ୍ରହ୍ମାକୁମାରୀ ଖୋରଧା ସେବାକେନ୍ଦ୍ର ତରଫରୁ”ଜ୍ଞାନ ଦର୍ପଣ” ମାସିକ ଆଧ୍ୟାତ୍ମିକ ପତ୍ରିକା ସମସ୍ତ ଙ୍କୁ ବଣ୍ଟନ କରାଯିବା ସହିତ ନିଶା ମୁକ୍ତି ର ଶିକ୍ଷା ଦିଆଯାଇଥିଲା। ଏଥିସହିତ ପଲ୍ଲାରେ ଥିବା ନିଶା ନିବାରଣ ସଂସ୍ଥା “ମୁକ୍ତି ଫାଉଣ୍ଡେସନ” ରେ ୨୫ ଜଣ ଓ ଗୋଡିପୋଖରୀ ଠାରେ ଥିବା ନିଶା ନିବାରଣ ସଂସ୍ଥା “ଜୀବନ ଆଶା “ରେ ୧୫ଜଣ ଅନ୍ତେବାସୀ ନିଶାମୁକ୍ତ ହେବାର ଶିକ୍ଷା ପ୍ରଦାନ କରାଯାଇଥିଲା।
