ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ଘର ଉପରକୁ ବୋମା ମାଡ..
ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ଘର ଉପରକୁ ବୋମା ମାଡ।ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ଘର ଉପରକୁ ବୋମା ମାଡ଼, ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ, ଗୋଟିଏ ବାଇକ ରେ ତିନିଜଣ ଯୁବକ ଆସି ପେଟ୍ରୋଲ ବମ ପକାଇଥିବା ଅଭିଯୋଗ l ଆଦର୍ଶ ଥାନା ଅଧିକାରିଣୀ ପହଞ୍ଚି ଆରମ୍ଭ କରିଛନ୍ତି ତଦନ୍ତ l ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଘରେ ନ ଥିବା ସମୟରେ ହଠାତ ଏକ ବାଇକ ରେ କିଛି ଯୁବକ ଆସି ପୌରାଧ୍ୟକ୍ଷ ଙ୍କ ମଧୁବନ ସ୍ଥିତ ଘର ର ଗ୍ରିଲ ନିକଟରେ ଘର ଭିତରକୁ ଦୁଇଟି ମଦ ବୋତଲ ରେ କିରୋସିନ କିମ୍ବା ପେଟ୍ରୋଲ ପୁରାଇ ନିଆଁ ଲଗାଇ ଭିତରକୁ ଫୋପାଡ଼ି ଥିଲେ l ଗୋଟିଏ ବୋତଲ ଫାଟିଯାଇ ନିଆଁ ଲାଗି ଜୋର ରେ ଶବ୍ଦ ହେବା ସହିତ ଜଳି ଯାଇଥିବା ବେଳେ ଆଉ ଗୋଟିଏ ବୋତଲ ରେ ନିଆଁ ଲିଭି ଯାଇଥିଲା l ଆଉ ଗୋଟିଏ ବୋତଲ ବାହାରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି l ଘର ଭିତରେ ପୌରାଧ୍ୟକ୍ଷ ଙ୍କ ପତ୍ନୀ ଠାକୁର ପୂଜା କରୁଥିବା ସମୟରେ ଶବ୍ଦ ଶୁଣିବା ପରେ ବାହାରକୁ ଆସି ଦେଖିବା ବେଳକୁ ନିଆଁ ଜଳୁଥିଲା, ଯାହାକୁ ନେଇ ପାଟି କରିବା ସହିତ ବାହାରେ ତିନିଜଣ ଯୁବକ ଗୋଟିଏ ବାଇକ ରେ ପଳାଇଯାଇଥିବା ଦେଖିବାକୁ ପାଇଥିଲେ l ଖବର ପ୍ରଚାରିତ ହେବାପରେ ପୌରାଧ୍ୟକ୍ଷ ଙ୍କ ଶୁଭେଛୁ ଓ ସମର୍ଥକ ଙ୍କ ଭିଡ ଲାଗିଥିବା ବେଳେ ପାରାଦୀପ ଆଦର୍ଶ ଥାନା ପହଁଚି ତଦନ୍ତ ଆରମ୍ଭ କରିବା ସହ ବିଳମ୍ବିତ ରାତିରେ ଜଗତସିଂହପୁର ଏସପି ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
