May 31, 2026

ପିସି କାରବାର ଓ ଉନ୍ନୟନ କାର୍ଯ୍ୟରେ ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେସିକାଙ୍କ ସହ ବ୍ଲକ ବିଜେପି ମଣ୍ଡଳ ସଭାପତି ଅଜୟ ଖରା ଓ କିଛି ବିଜେପି ନେତାଙ୍କ ହସ୍ତକ୍ଷେପକୁ ବିରୋଧ କରି ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ବିଧାୟକ

IMG-20260531-WA0001
Share

       ଲକ୍ଷ୍ମୀପୁର : ପିସି କାରବାର ଓ ଉନ୍ନୟନ କାର୍ଯ୍ୟରେ ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେସିକାଙ୍କ ସହ ବ୍ଲକ ବିଜେପି ମଣ୍ଡଳ ସଭାପତି ଅଜୟ ଖରା ଓ କିଛି ବିଜେପି ନେତାଙ୍କ ହସ୍ତକ୍ଷେପକୁ ବିରୋଧ କରି ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ବିଧାୟକ ପବିତ୍ର ସାଉଁନ୍ତା, ସାଂସଦ ପ୍ରତିନିଧି କୈଳାସ ଖୋସଲା, ଯୁବ ନେତା ମଣ୍ଟି ଖରା ଓ କଂଗ୍ରେସ କର୍ମୀ। ଦୀର୍ଘ ଦେଢ଼ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ବିଡିଓ ସବ୍ୟସାଚୀ ବେହେରା ଓ ତିନି ଜଣ ଯନ୍ତ୍ରୀଙ୍କୁ ଘେରାଓ କରି ରଖିଥିଲେ।

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ବହୁ ବର୍ଷ ହେଲା କଂଗ୍ରେସ ବିଧାୟକ, ସାଂସଦ, ଜିଲ୍ଲା ପରିଷଦ ଓ ସରପଞ୍ଚ ପଦବି ଗୁଡିକ ନଥିଲା । ବର୍ତମାନ ପ୍ରାୟ ସମସ୍ତ ପଦବିରେ କଂଗ୍ରେସର ନିର୍ବାଚିତ ପ୍ରତିନିଧି ଥିବା ସତ୍ତ୍ବେ କାହିଁକି ସେମାନଙ୍କ କର୍ମୀମାନଙ୍କୁ ଅଣ ଦେଖା କରାଯାଉଛି। ବିଡିଓ ବିଜେପି ନେତାଙ୍କ ସୁପାରିସରେ କାର୍ଯ୍ୟାଦେଶ ବଣ୍ଟନ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ କଂଗ୍ରେସ କର୍ମୀ ବିଶେଷ କରି ଗତ କିଛି ବର୍ଷ ହେଲା ଲକ୍ଷ୍ମୀପୁର ବ୍ଲକରେ ଡିଏସ୍ଏଫ୍ ପାଣ୍ଠିରେ ଅନେକ କାର୍ଯ୍ୟ ଆସୁଛି। କିନ୍ତୁ ଡିଏମଏଫ ପାଣ୍ଠିରେ ହେଉଥିବା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେବା ସହ ବ୍ଲକରେ ପିସି କାରବାର ବୃଦ୍ଧି ପାଇଛି। ବିଡିଓ ସବ୍ୟସାଚୀ ବେହେରା ଆସିବା ଦିନଠାରୁ ଉନ୍ନୟନ କାମ ଠପ ହୋଇଯାଇଛି । ପ୍ରାୟ ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କାମ ହୋଇପାରୁନି। ତୁରନ୍ତ ବିଡିଓଙ୍କ ବଦଳି କରାଯିବା ସହ ସମାଧାନ କରାନଗଲେ ବ୍ଲକ ଘେରାଓ କରାଯିବ ବୋଲି ବିଧାୟକ କହିଛନ୍ତି। ପିସି କାରବାର ଓ ଉନୟନ କାର୍ଯ୍ୟକୁ ନେଇଁ ସ୍ଥାନୀୟ ବିଡିଓ ମୁହଁ ଖୋଲୁ ନଥିବା ବେଳେ ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେସିକା ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସୁପାରିସ ଆଧାରରେ କାମ ହେଉନି ଏବଂ ପିସି କାରବାର ହେଉନି। ସାଂସଦ ଓ ବିଧାୟକ ନିଜ କର୍ମୀଙ୍କୁ କାମ ଦେବା ନିମନ୍ତେ ସୁପାରିସ କରି ଟଙ୍କା ନେଉଥିବା ବ୍ଲକ ଅଧ୍ୟକ୍ଷା କହିଛନ୍ତି। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି।(ଗୁପ୍ତେଶ୍ୱର ରଥ କୋରାପୁଟ)

You may have missed