April 27, 2026

ସମ୍ବଲପୁରୀ ଧନୁଯାତ୍ରାର ପ୍ରଥମ କଂସ ହେବେ ଫଣିନ୍ଦ୍ର ପଣ୍ଡା…

ijhio
Share

 

ସମ୍ବଲପୁର: ଆସନ୍ତା ମାର୍ଚ ମାସରେ ସମ୍ବଲପୁର ଠାରେ ହେବାକୁ ଥିବା ସମ୍ବଲପୁରୀ ଧନୁଯାତ୍ରାରେ ଫଣିନ୍ଦ୍ର କୁମାର ପଣ୍ଡା କଂସ ଅଭିନୟରେ ଅବତୀର୍ଣ୍ଣ ହେବେ। ପ୍ରଥମ ଥର ପାଇଁ ସମ୍ବଲପୁରରେ ସମ୍ବଲପୁରୀ ଭାଷାରେ ହେବାକୁ ଥିବା ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବାକୁ ଲମ୍ବା ଧାଡି ଲାଗି ରହିଥିଲା । ଶେଷରେ କମିଟି ନିଷ୍ପତ୍ତିରେ ଆଜି ସମ୍ବଲପୁର ସାମ୍ବାଦିକ ଭବନରେ କଂସ ଚୟନ ପାଇଁ ଏକ ପ୍ରତ୍ୟକ୍ଷ ଅଭିନୟ ପରୀକ୍ଷା ହୋଇଥିଲା । ଏଥିରେ ପ୍ରାୟ ୨୦ ଜଣ ଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଫଣିନ୍ଦ୍ର କଂସ ଭୂମିକାରେ ଅଭିନୟ କରିବାକୁ ଚୟନ ହୋଇଛନ୍ତି । ଫଣିନ୍ଦ୍ର ବର୍ତ୍ତମାନ ସମ୍ବଲପୁର ସହର ବାସିନ୍ଧା ହୋଇଥଲେ ମଧ୍ୟ ଯୁଯୋମୁରା ବ୍ଲକ୍ ଡଙ୍ଗରପଡା ମୂଳ ନିବାସୀ ଗୌନ୍ତିଆ ଅର୍ଜୁନ ମୋହନ ପଣ୍ଡାଙ୍କ ପୁତ୍ର। ସେ ଏକାଧାରରେ ଜଣେ ସଂଗଠକ,କଳାକାର ଓ ସମାଜସେବୀ ଭାବେ ଅଞ୍ଚଳରେ ପରିଚିତ।ଏହି କଂସ ଚୟନର ବିଚାରକ ଭାବେ ବିଶିଷ୍ଟ କଳାକାର ପ୍ରଶାନ୍ତ ମହାରଣା,ସତ୍ୟ ରଞ୍ଜନ ବେହେରା, ପୁଷ୍ପାଞ୍ଜଳି ବେହେରା ଓ ବିପିନ ବିହାରି ଦାଶ ରହିଥିଲେ।