May 19, 2024
Share

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗୋଖର କୁଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦ୍ୱାଦଶ ତମ ବାର୍ଷିକ ଉତ୍ସଵ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପ୍ରଧାନ, ସନମାନିତ ଅତିଥି ଏସ ସୁଜାତା ରେଡ଼ି, ହରପ୍ରିୟା ଜେନା, ମୁଖ୍ୟ ବକ୍ତା ଶିକ୍ଷକ କୃଷ୍ଣଚନ୍ଦ୍ର ନାହାକ ପ୍ରମୁଖ ମଞ୍ଚାସିନ ଥିଲେ l ସ୍କୁଲ ପରିଚାଳନା କମିଟି ସଭାପତି w ଜାନକୀ ଆମ୍ମା ସଭାପତିତ୍ବ କରିଥିଲେ l ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ ବାର୍ଷିକ ବିବରଣୀ ପଠନ କରିଥିଲା ବେଳେ ଶିକ୍ଷକ ରଘୁନାଥ ସାହୁ ମଞ୍ଚ ପରିଚାଳନା କରିଥିଲେ l ସ୍କୁଲର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥାକୁ ଅତିଥି ମାନେ ଖୁସିବ୍ୟକ୍ତ କରିଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା 53 ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ରଘୁନାଥ ସାହୁ ସମସ୍ତ ଅତିଥି, ଅଭିଭାବକ ଓ ଉପସ୍ଥିତ ଛାତ୍ରୀ ଛାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l