October 5, 2024

ଗଜପତି:- ଜିଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସର’ରେ ଜୀବା ଏବଂ ତରଙ୍ଗଡା ପଞ୍ଚାୟତ’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ଗଜପତି:- ଜିଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସର’ରେ ଜୀବା ଏବଂ ତରଙ୍ଗଡା ପଞ୍ଚାୟତ’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
———————————————
ଗଜପତି ଜିଲ୍ଲାରେ କେନ୍ଦ୍ର ସରକାର’ଙ୍କ ପ୍ରାୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩’ର ଷଷ୍ଠ ଦିବସ’ରେ ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ଏବଂ ତରଙ୍ଗଡା ପଞ୍ଚାୟତ’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଗୁଡ଼ିକ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର’ରେ ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ’ର ଜୀବା ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସର’ରେ ଭାରତ ସରକାର’ଙ୍କ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ସଚେତନତା ରଥ ପହଞ୍ଚିବା ପରେ ସେଠାରେ ବିଭିନ୍ନ ସ୍ତରରେ ହୁଳହୁଳି ସହ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ଏହି ଅବସର’ରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ’ରେ ସରପଞ୍ଚ ଶ୍ରୀ ଏଡେଙ୍ଗା ଶବର , ନୋଡାଲ ଅଧିକାରୀ ଶ୍ରୀ ବି: ଶଙ୍କର , ଡ୍ରୋନ- ପ୍ରତିନିଧି – ଓମିତା ପାତ୍ର , ପିଇଓ: ଶ୍ରୀ ସହଦେବ କଳିଙ୍ଗ , ଆଇସିଡିଏସ: ସୁପରଭାଇଜର ଶ୍ରୀମତୀ ସବିତା ପଟନାୟକ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ରମାକାନ୍ତ ପଟନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ମୁଖ୍ୟତଃ କେନ୍ଦ୍ର ସରକାର’ଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା’ର ସଫଳତା ସଂପର୍କରେ ଉପସ୍ଥିତ ସମସ୍ତ’ଙ୍କୁ ଅବଗତ କରାଇବା ସହ ଯୋଜନା’ର ଲାଭ କିଭଳି ତୃଣମୂଳ ସ୍ତରରେ ହିତାଧିକାରୀଙ୍କ ଦ୍ଵାରା ଉଠା ଯାଇପାରିବ ସେ ସମ୍ପର୍କରେ କହି ସଚେତନ କରାଇଥିଲେ ।
। ଏହି ଅବସର’ରେ ଉପସ୍ଥିତ ସମସ୍ତ’ଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଚେତନତା ସଂକଳ୍ପ ଯାତ୍ରା ରଥ’ରେ ଲାଗିଥିବା ଏଲଇଡି: ମାଧ୍ୟମରେ ଉପସ୍ଥିତ ସମସ୍ତ’ଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ପ୍ରଦର୍ଶିତ କରା ଯାଇଥିଲା ।
ଏହି ଅବସର’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା’ର ୩ ଜଣ ହିତାଧିକାରୀ ଯଥା:-ଯୋଗିପାଡୁ ଗ୍ରାମ’ର କୃଷ୍ଣଚନ୍ଦ୍ର ଶବର ପିଏମ: ଆବାସ ଯୋଜନା ସମ୍ପର୍କରେ , ଜୀବା ଗ୍ରାମ’ର ବାବୁଲା କରେଇ ପିଏମ କିସାନ ସମ୍ପର୍କରେ ଏବଂ କେ: ସାଜନୀ ପିଏମ: ଉଜ୍ଜଲା ଯୋଜନା ସମ୍ପର୍କରେ କିଭଳି ସେମାନେ ଉପକୃତ ହେଉଛନ୍ତି , ସେ ସମ୍ପର୍କରେ କହିଥିଲେ ଏବଂ ସେହି ହିତାଧିକାରୀ’ଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା ।
ଏହି ଅବସର’ରେ ସାଂସ୍କୃତିକ କାର୍ଯ୍ୟକ୍ରମ’ରେ କିଶୋରୀ ବାଳିକା ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରା ଯାଇଥିଲା ।
ଶେଷରେ ନିକଟସ୍ଥ ଚାଷ ଜମି ଠାରେ ଚାଷ ଜମିରେ ସାର , ପାଣି ଓ କିଟ ନାଶକ ଔଷଧ ପକାଇବା କ୍ଷେତ୍ରରେ ଡ୍ରୋନ କିଭଳି ବ୍ୟବହାର କରିବେ , ସେ ସମ୍ପର୍କରେ ପ୍ରଦର୍ଶିତ କରା ଯାଇଥିଲା ।
ଭାରପ୍ରାପ୍ତ ଜିପିଇଓ: ତଥା କାର୍ଯ୍ୟକ୍ରମ’ର ନୋଡାଲ ଅଧିକାରୀ ଶ୍ରୀ ବି: ଶଙ୍କର ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ସହଦେବ କଳିଙ୍ଗ ସମସ୍ତ କାର୍ଯ୍ୟକ୍ରମ’କୁ ପରିଚାଳନା କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-