ଟୁକୁଣା ଗ୍ରାମରେ ଡକାୟତି, ବନ୍ଧୁକ ଦେଖାଇ ଲୁଟିନେଲେ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ରୁପାର ଗହଣା

IMG-20231129-WA0055
Share

ଟୁକୁଣା ଗ୍ରାମରେ ଡକାୟତି, ବନ୍ଧୁକ ଦେଖାଇ ଲୁଟିନେଲେ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ରୁପାର ଗହଣା

ହାଟଡିହି ବ୍ଲକ ନନ୍ଦିପଦା ଥାନା ଉପଖଣ୍ଡ ଟୁକୁଣା ଗ୍ରାମରେ ଘଟିଛି ସଶସ୍ତ୍ର ଡକାୟତି। ୬ଜଣ ଡକାୟତ ଗୃହକର୍ତା ଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟିନେଲେ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ରୁପାର ଗହଣା। ଘଟଣା ଟି ଘଟିଛି ଗତକାଲି ବିଳମ୍ବିତ ରାତିରେ। ଗ୍ରାମର ପବିତ୍ର ଦାସ ଜଣେ ସୁନା ଦୋକାନୀ ହୋଇଥିଲା ବେଳେ ତାଙ୍କର ଛେନାପଦି ଛକରେ ଏକ ଗହଣା ଦୋକାନ ଅଛି। ଗତକାଲି ରାତି ଗୋଟାଏ ବେଳେ ଡକାୟତ ମାନେ ଝରକା ଗ୍ରୀଲ ତାଡି ଘର ଭିତରକୁ ପଶି ପବିତ୍ର ଓ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ବେକରେ ବନ୍ଧୁକ ଓ ଭୁଜାଲି ଲଗାଇ ୨୦୦ଗ୍ରାମର ସୁନା ଓ ୭କିଲୋ ରୁ ଉର୍ଦ୍ଧ୍ବ ରୁପା ଅଳଙ୍କାର ଆଦି ଲୁଟି ନେଇଥିଲେ। ଏପରିକି ଘରୁ ଗୋଟିଏ ଏଲ. ଇ.ଡି ନେବା ସହିତ ଘରେ ଥିବା ମିଠା ଖାଇବା ସହିତ ଚା ଦେବାକୁ ବାଧ୍ୟ କରିଥିଲେ। ଗତ ଦେଢ଼ ବର୍ଷ ତଳେ ପବିତ୍ର ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ନିସଙ୍ଗପୁର ନିକଟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ୧୭ଲକ୍ଷ ଟଙ୍କାର ଗହଣା ଲୁଟିନେଇଥିଲେ। ଖବର ପାଇ ଆଜି ସକାଳୁ ନନ୍ଦିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ