April 27, 2026

ବାବେବିରା ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ

IMG-20250730-WA0027
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଆଜି ବୁଧବାର ଅପରାହ୍ନ ୩ଟା ସମୟରେ ଅତାବିରା ବ୍ଲକ ଅଧିନ ବାବେବିରା ଉଚ୍ଚ ବିଦ୍ୟାଳୟରେ ଇକୋ କ୍ଲବ ଓ ପାଓ୍ବାର ଅପ୍ ଦିବ୍ୟାଙ୍ଗସ୍ ତରଫରୁ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ଥାନା ଅଧିକାରୀ ପ୍ରକାଶ କୁମାର କର୍ଣ୍ଣ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସତ୍ୟନାରାୟଣ ବାରିକ,ହୃଷିକେଶ ବେହେରା ,ପାଓ୍ବାର ଅପ୍ ଦିବ୍ୟାଙ୍ଗସ୍ ର ସଭାପତି ଶ୍ୟାମସୁନ୍ଦର ଅଗ୍ରଓ୍ବାଲ,ଉପସଭାପତି ଅଶୋକ କୁମାର ଅଗ୍ରଓ୍ବାଲ,ସଂସୋଜକ ସୂର୍ଯ୍ୟକାନ୍ତି ସାହୁ,ଆବାହକ ସୁମନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ |କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରକୃତିବନ୍ଦୁ ଅମୃତ କୁମାର ବାରିକ,ସହଯୋଗ କରିଥିଲେ ତରୁଣ ପଧାନ,ଶାନ୍ତୁନୁ ଧରୁଆ,ଲକ୍ଷ୍ମଣ କୁମ୍ଭାର ଓ ସଂଯୁକ୍ତା ରଣା |ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ୧ଶହଟି ଚାରାରୋପଣ କରିଥିଲେ |