ଝରାପାଲି ମାର୍କେଟରେ ମାର୍କେଟ ଇନଚାର୍ଜଙ୍କ ବିଦାୟକାଳୀନ ସମ୍ବର୍ଦ୍ଦନା ସଭା
ସୁରେନ୍ଦ୍ର କଠାର,ବରଗଡ
ଆଜି ବୁଧବାର ଅପରାହ୍ନ ୪ଟାରେ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନ ଝରାପାଲି ମାର୍କେଟରେ ମାର୍କେଟ ଇନଚାର୍ଜ ଭରତ ପ୍ରଧାନ ଓ ଖୁଣ୍ଟୁଲିପାଲି ମାର୍କେଟ ଇନଚାର୍ଜ ଦିଲ୍ଲିପ କୁମାର ମିଶ୍ରକଂ ଅବସରକାଳୀନ ବିଦାୟ ସମ୍ବର୍ଦ୍ଦନା ସଭା ଅନୁଷ୍ଠିତ ହୋଇଯାଇଛି |ସମ୍ବର୍ଦ୍ଦନା ସଭାରେ ସଂକ୍ରିଡା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ସୁବାଷ ଚନ୍ଦ୍ର ପୁରୋହିତ,ରେମଣ୍ଡା ପ୍ରାଥମିକ କୃଷି ସମବାୟ ସମିତିର ସଦାନନ୍ଦ ନାୟକ ,ଅର୍ଜ୍ବୁଣ୍ଡା ଇନଚାର୍ଜ ଚିତ୍ତରଂଜନ ଆଚାର୍ଯ୍ୟ,ରେମଣ୍ଡା ଆରଏମସି ଇନଚାର୍ଜ ଡୋଲାମଣି ଖେତି ଓ ଝରାପାଲି ମାର୍କେଟ ଷ୍ଟାଫ ଯୋଗଦେଇ ପୁଷ୍ଫଗୁଛ ଓ ଉତ୍ତରୀୟ ଦେଇ ଅବସରକାଳୀନ ବିଦାୟ ସମ୍ବର୍ଦ୍ଦନା ପ୍ରଦାନ କରିଥିଲେ |
