ଉମରକୋଟ ଠାରେ ୭୯ତମ ସ୍ବାଧୀନତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ………
ଉମରକୋଟ:- (ଏମ୍.ଦୀନ°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର କୋଣ୍ଡାଗାଁ ରୋଡ଼ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଉମରକୋଟ ତହସିଲଦାର ମେଗବାନ ବାଗ ଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ବିଡ଼ିଓ ମନୋଜ କୁମାର ମେହେର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଈଶ୍ୱର ମାଝୀ, ମନ୍ତ୍ରୀ ପ୍ରତିନିଧି ଅଶୋକ ପାଢ଼ୀ, ସାଂସଦ ପ୍ରତିନିଧି ରାମ ନାୟକ, ଏସଡିପିଓ ସୂବେନ୍ଦୁ ଶବର, ଥାନା ଅଧିକାରୀ ରମାକାନ୍ତ ସାଇ,ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଶିକ୍ଷକ, ଶିକ୍ଷୟତ୍ରୀ, ଅନୁଷ୍ଠାନ ପକ୍ଷରୁ ଅନେକ ପ୍ରତିନିଧି ଓ ଖବରଦାତା ଏବଂ ସହର ର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରାଜସ୍ୱ ନିରୀକ୍ଷକ ରାଜେଶ ଦ୍ୱିୱେରୀ ସ୍ୱାଧୀନତା ଦିନସ ଅବସର ରେ କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ ଥିବା ସମସ୍ତ ଅନୁଷ୍ଠାନ ର ପ୍ରତିନିଧି ଙ୍କୁ ଅବଗତ କରାଇଥିଲେ। ଚଳିତ ସ୍ୱାଧୀନତା ଦିବସରେ ଡିଏନକେ ଖେଳ ପଡିଆ ଠାରେ ଆୟୋଜିତ କରାଯିବ। ତହସିଲଦାର କାର୍ଯ୍ୟକ୍ରମ ପରିଚାଳନା କରିବେ।ରାମ ଧୂନ ଗାଡି ସକାଳ ୫ଘଣ୍ଟା ସମୟରେ ସହର ପରିକ୍ରମା କରିବ।ସହର ରେ ଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ ଏବଂ ଡି ଏନ କେ ଖେଳ ପଡିଆ ଠାରେ ସକାଳ ୮.୪୫ମିନିଟ ରେ ପତାକା ଉତ୍ତୋଳନ କରାଯିବ। ଏହି ଅବସର ରେ ୨୩ଟି ବିଦ୍ୟାଳୟ ଓ ମହା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ୟାରେଡ଼ କରିବେ। ପିଲାଙ୍କ ପାଇଁ ଚିତ୍ରାଙ୍କନ , ବକ୍ତୃତା, ଗୀତ, ସାଧାରଣଜ୍ଞାନ ଉପରେ ବିଦ୍ୟାଳୟ ର ପିଲାଙ୍କୁ ନେଇ ଏକ ପ୍ରତିଯୋଗିତା ଆୟୋଜିତ କରାଯିବ ଏବଂ କୃତକାର୍ଯ୍ୟ ହୋଇଥିବା ପିଲାଙ୍କୁ ସ୍ୱାଧୀନତା ଦିବସ ପାଳନ ଅବସର ରେ ପୁରସ୍କୃତ କରାଯିବ।
