June 21, 2026

ବାଲିପଦରରେ ଭାଜପାର ମିଶ୍ରଣ ପର୍ବ , ମିଶିଲେ ଶହ ଶହ ପୁରୁଷ ଓ ମହିଳା…

bjp6
Share


ବୁଗୁଡ଼ା : ତା ୩୦/୦୪/୨୪ : ଆଗାମୀ ମେ ୨୦ ତାରିଖରେ ଆସ୍କା ଲୋକସଭା ଓ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହେବାକୁ ଯାଉଥିବା ବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପୋଲସରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବମାନ ଆୟୋଜନ କରି ଶକ୍ତିଶାଳୀ ହୋଇଉଠୁଥିବା ବେଳେ ଆଜି ପୁଣି ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ବୁଗୁଡା ବ୍ଲକ ବାଲିପଦର ଗ୍ରାମରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ମିଶ୍ରଣ ପର୍ବରେ ସେଠାକାର ନେତା ମହେନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ବାଲିପଦର ପଞ୍ଚାୟତର ହରିଜନ ସାହିର ଶହ ଶହ ପୁରୁଷ ଓ ମହିଳା ଭାଜପାରେ ସାମିଲ୍ ହୋଇଥିଲେ । ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ତଥା ପୋଲସରା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପ୍ରଦାନ କରି ସ୍ବାଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଘୁମୁସର ସାଂଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା , ବୁଗୁଡ଼ା ବ୍ଲକ୍ ସଂଯୋଜକ ହରେକୃଷ୍ଣ ସାହୁ , ବରିଷ୍ଠ ନେତା ରବିନ୍ଦ୍ର ପରିଡା, ସନ୍ତୋଷ କୁମାର ଭୋଳ ଓ ସଞ୍ଜୟ କୁମାର ଜେନାଙ୍କ ସମେତ ଅନ୍ୟାନ୍ୟ ସକ୍ରିୟ କର୍ମୀ ଉପସ୍ଥିତ ରହିଥିଲେ ।