May 10, 2026

ଭଞ୍ଜନଗର ଓକିଲ ସଂଘ ନିର୍ବାଚନ , ଲଷ୍ମୀକାନ୍ତ ମହାପାତ୍ର ସଭାପତି ..

IMG-20250330-WA0029
Share

 

 

 

ଶନିବାର ରାଜ୍ୟର ବିଭିନ୍ନ ବାର ଆସୋସିଏସନର ନିର୍ବାଚନ ଶେଷ ହୋଇଛି। ଏହିଭଳି ଭଞ୍ଜନଗର ବାର ଆସୋସିଏସନରେ ମଧ୍ୟ ନିର୍ଦ୍ଧାରିତ ସମୟରେ ସକାଳ ସାଢ଼େ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହୋଇଥିଲା। ଏହାପରେ ଫଳାଫଳ ଘୋଷଣା ଘୋଷଣା କରାଯାଇଛି।ମୋଟ ୨୨୦ଜଣ ଭୋଟଦାନ କରିଥିବା ବେଳେ ସେଥିରୁ ଗୋଟିଏ ଭୋଟ ନାକଚ ହୋଇଥିଲା। ଭଞ୍ଜନଗର ବାର ଆସୋସିଏସନ ସଭାପତି ପଦବୀ ପାଇଁ ଦୁଇଜଣ ପ୍ରତିଦ୍ବନ୍ଦିଙ୍କ ମଧ୍ୟରେ ଲକ୍ଷ୍ମୀକାନ୍ତ ମହାପାତ୍ର ଶହଶ୍ରାନ୍ସୁ ରାଉତଙ୍କ ଠାରୁ ୭୨ଟି ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏଥିସହ

 

ଉପ ସଭାପତି ଭାବେ ସନ୍ତୋଷ ବେହେରା ଅନ୍ୟତମ ପ୍ରତିଦ୍ବନ୍ଦୀ ନିଶାକର ପାତ୍ରଙ୍କ ଠାରୁ ୧୮୭ ଅଧିକ ଭୋଟ ବ୍ୟବଧାନରେ ବିଜୟଲାଭ କରିଛନ୍ତି। କୋଷଧ୍ୟକ୍ଷ ଭାବେ ସଂଗ୍ରାମ କେଶରୀ ମହାନ୍ତି ହିମାଂଶୁ କୁମାର ମହାରଣାଙ୍କ ଠାରୁ ୨୩ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ଯୁଗ୍ମ ସମ୍ପାଦକ ଭାବେ ଗିରିଜା ଶଙ୍କର ଭୂୟାଁ ଏବଂ ସମ୍ପାଦକ ଭାବେ ଜ୍ୟୋତିରାଜ ପତି ନିର୍ଦର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପରିଚାଳନା ଦାୟିତ୍ୱରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଲଡୁ କିଶୋର ଆଳତିଆ ଥିବାବେଳେ ତାଙ୍କୁ ତ୍ରିନାଥ ମଳିକ, ସ୍ନିଗ୍ଧା ଦାସ, ଜ୍ୟୋତି ରଞ୍ଜନ ପ୍ରଧାନ ସହଯୋଗ କରୁଛନ୍ତି।ନିର୍ବାଚନରେ ବିଜୟୀ ପ୍ରାର୍ଥୀମାନଙ୍କୁ ଅନ୍ୟ ଆଇନଜୀବି ମାନେ ଅଭିନନ୍ଦନ ଜଣାଇଛନ୍ତି

(ସୁକାନ୍ତ କୁମାର ନାୟକ )