May 11, 2026

ଶିକାରୀ ଫାଶରେ ପଡି ଜିଆଦର ମୃତ୍ୟୁ 

IMG-20250130-WA0043
Share

 

ବୁଗୁଡ଼ା :ତା ୩୦/୦୧/୨୫ : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଭଗବାନପୁର ଗାଁର ଏକ ପୋଖରୀ ନିକଟରେ ଶିକାରୀଙ୍କ ଦ୍ବାରା ବିଛା ଯାଇଥିବା ଫାଶରେ ପଡ଼ି ଗୋଟିଏ ଅଣ୍ଡିରା ଜିଆଦର ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରକାଶ ଯେ, ବୁଧବାର ରାତିରେ ଭଗବାନପୁର ଗାଁର ଏକ ପୋଖରୀ ନିକଟରେ ଦୁର୍ବୃତ୍ତଙ୍କ ଦ୍ବାରା ବନ୍ଯଜନ୍ତୁ ଶିକାର ଉଦ୍ଦେଶ୍ଯରେ ଫାଶ ପକାଇଥିଲେ। ରାତିରେ ଖାଦ୍ୟ ଅନ୍ଵେଷଣରେ ଜିଆଦଟିଏ ଆସି ସେହି ଫାଶରେ ପଡ଼ିଯାଇଥିଲା। ସେଥିରୁ ମୁକୁଳିବା ପାଇଁ ଜିଆଦଟି ଚେଷ୍ଟା ଯୋଗୁଁ ବେକର ବିଭିନ୍ନ ଭାଗରେ ଗଭୀର ଆଘାତ ଲାଗିଥିଲା।ସକାଳେ ଜିଆଦଟି ଫାଶରୁ ଖସିଯିବା ପରେ କୁକୁର ପଲର ହାବୁଡ଼ରେ ପଡିଥିଲା । କୁକୁର ପଲର ଆକ୍ରମଣରୁ ବର୍ତ୍ତିବା ପାଇଁ ଜିଆଦଟି ଦୌଡି ଯାଇ ନିକଟସ୍ଥ ପୋଖରୀ ମଧ୍ୟକୁ ପଶିଯାଇଥିଲା। ଏ ଦୃଶ୍ୟ ଜନୈକ ଗ୍ରାମବାସୀଙ୍କ ନଜରକୁ ଆସିବା ପରେ ବନ ବିଭାଗର ଭଗବାନପୁର ବିଟକୁ ଜଣାଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ଜିଆଦଟିକୁ ଉଦ୍ଧାର କରିଥିଲେ ସୁଦ୍ଧା କିଛି ସମୟ ପରେ ତାହାର ମୃତ୍ୟୁ ଘଟିଥିଲା । ଏ ନେଇ ବନାଞ୍ଚଳ ଅଧିକାରୀଙ୍କୁ ଅବଗତ କରାଯିବା ପରେ ତାଙ୍କର ନିର୍ଦ୍ଦେଶ କ୍ରମେ ମୃତ ମୃଗଟିକୁ ବୁଗୁଡ଼ା ବନ ବିଭାଗ କାର୍ଯ୍ୟାଳୟକୁ ଅଣାଗଲା ଏବଂ ଶବ ବ୍ୟବଚ୍ଛେଦ ପରେ ତାହାକୁ ପୋତା ଯାଇଥିଲା ।