May 11, 2026

ଅଡ଼ବା ଏବଂ ଚନ୍ଦ୍ରଗିରି କୁ ନୂତନ ବ୍ଲକ ଗଠନ ନିମନ୍ତେ ଅଞ୍ଚଳବାସୀ ଙ୍କ ଦାବୀ…

IMG-20250130-WA0042
Share

 

ମୋହନା—ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ଅଡ଼ବା ହାଟପଦା ଠାରେ ଅଡ଼ବାକୁ ନୂତନ ବ୍ଲକ ଗଠନ କରାଯିବାକୁ ନେଇ ଆଞ୍ଚଳିକ ବିକାଶ ପରିଷଦ ଦାବି କରିଛି। ପରିଷଦର ସଭାପତି ପ୍ରକାଶ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅଡ଼ବା ଜୋନର ୧୫ଟି ପଞ୍ଚାୟତକୁ ନେଇ ନୂତନ ବ୍ଲକ ଗଠନ କରିବାକୁ ଦାବି କରିଛନ୍ତି ଜନପ୍ରତିନିଧି ଓ ଅଞ୍ଚଳବାସୀ । ସରକାର ବଦଳିବା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ନୂତନ ପଞ୍ଚାୟତ ସମିତି ଗଠନ କରିବା ପାଇଁ ସୂଚନା ଦେଇଥିଲେ l ଏହି ପରିପେକ୍ଷୀରେ ରାଜ୍ୟର ବହୁ ପଞ୍ଚାୟତ ବାସିନ୍ଦା ଏବଂ ରାଜନୀତି ଚଳଚଞ୍ଚଳ ହୋଇପଡିଛି l ବିଜେଡ଼ି ସରକାରଙ୍କ ଶାସନ କାଳ ମଧ୍ୟରେ ଦୁଇଥର ଅଞ୍ଚଳବାସୀ ରାଜସ୍ୱ ମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଲିଖିତ ଭାବେ ନୂତନ ଭାବେ ମୋହନା ବ୍ଲକକୁ ଭାଗ କରି ଅନ୍ୟ ଦୁଇଟି ବ୍ଲକ ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ହୋଇନଥିଲା। ଏବେ ନୂତନ ବ୍ଲକ ଗଠନ ଦାବି ଯୋର ଧରିଛି।

ଅଡ଼ବା ଜୋନର ୧୫ଟି ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବ୍ୟବସାୟ ନିମନ୍ତେ ଅଡ଼ବା ଉପରେ ନିର୍ଭର କରନ୍ତି | ଏଠାରେ ବ୍ଲକ ପ୍ରତିଷ୍ଠା ହେଲେ ଏହି ସବୁ ପଞ୍ଚାୟତ ଗୁଡିକ ନୂତନ ବ୍ଳକ ଠାରୁ ୩୦ ରୁ ୪୦ କିମି ଦୂରତ୍ବରେ ରହି ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପାଇପାରିବେ । ଏଣୁ ଏହି ଦାବି ଗୁଡ଼ିକୁ ଉପସ୍ଥାପନ କରିବା ପାଇଁ ଅଡ଼ବା ଜୋନର ୧୫ଟି ପଞ୍ଚାୟତର ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ,ସଭ୍ୟା , ପୂର୍ବତନ ଜନପ୍ରତିନିଧି ଓ ବୁଦ୍ଧିଜିବୀ ମାନଙ୍କ ଉପସ୍ଥିତିରେ ବ୍ଲକ ଗଠନ ନିମନ୍ତେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା।ଏ ସଂପର୍କରେ ଶୀଘ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ଦେବା ପାଇଁ ସ୍ଥିର କରାଯାଇଛି। ରାଜ୍ୟ ସରକାର ଅଞ୍ଚଳବାସୀଙ୍କ ଦାବିକୁ ସମାଧାନ ନିଶ୍ଚୟ କରିବେ ବୋଲି ଆଶା ରଖିଥିବା କହିଛନ୍ତି ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ।ଯଦି ସରକାର ଏହାକୁ ମାନ୍ୟତା ପ୍ରଦାନ ନ କରନ୍ତି ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛନ୍ତି ଜନପ୍ରତିନିଧି ଓ ଅଞ୍ଚଳବାସୀ। ଏହା ସଙ୍ଗେ ମୋହନା ବ୍ଲକ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ ହୋଇଥିବା ସଙ୍ଗେ ମୋହନା ବ୍ଲକ ବର୍ତ୍ତମାନ ୩୯ ଟି ଗ୍ରାମ ପଞ୍ଚାୟତ କୁ ନେଇ ଗଠିତ। ତେଣୁ ମୋହନା ବ୍ଲକ ର ଚନ୍ଦ୍ରଗିରି ଅଞ୍ଚଳ ର ୧୧ ଟି ଗ୍ରାମ ପଞ୍ଚାୟତ କୁ ନେଇ ଆଉ ଏକ ବ୍ଲକ ଗଠନ ନିମନ୍ତେ ଚନ୍ଦ୍ରଗିରି ଅଞ୍ଚଳ ବାସୀ ରାଜ୍ୟ ସରକାରଙ୍କ ପାଖରେ ଦାବୀ ରଖିଥିବା ଜଣାପଡିଛି।