June 8, 2026

ଗଞ୍ଜାମ ସହରରେ ନାଗରିକ କମିଟି ଓ ଶ୍ରମିକ ସାମୂଖ୍ୟ ସମର୍ଦ୍ଧନା ସମାରୋହ

IMG-20230130-WA0002
Share

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ବଡ଼ ବଜାର ଅନ୍ତେ ପେଟ୍ରୋଲ ପମ୍ପ ପଡିଆ ରେ ଗଞ୍ଜାମ ନାଗରିକ କମିଟି ଓ ଶ୍ରମିକ ସମାଜର ଏକ ସମର୍ଦ୍ଧନା ସମାରୋହ ରେ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ବିପଣିନ ନିର୍ଦ୍ଧେଶକ ରାମଚନ୍ଦ୍ର ପଣ୍ଡା ଓ ବିଜୁ ଶ୍ରମିକ ସାମ୍ମୁଖ୍ୟ ତଥା ଜିଲ୍ଲା ଉପ ସଭାପତି

ଶଙ୍କର ଦାଶ ଙ୍କୁ ସମ୍ମାନିତ କରାଯାଇଛି l ମଧ୍ୟାର୍ଣ୍ଣ ସମୟରେ ସାନ ବଜାର ମାର୍କେଟ ଛକ ଠାରୁ ଏକ ଶୋଭାଯାତ୍ରାରେ ବହୁ ସମର୍ଥକ ନେତା ମାନେ ସେମାନଙ୍କୁ ପାଛୋଟି ବଡ଼ ବାଜର ପର୍ଯ୍ୟନ୍ତ ସମାରୋହ ସ୍ଥଳ ପର୍ଯ୍ୟନ୍ତ ନିଆଯାଇଥିଲା l ଉକ୍ତ ସମାରୋହରେ ଲକ୍ଷ୍ମୀ ପାଢ଼ୀ ଓ ଶ୍ରମିକ ନେତା

ଶଙ୍କର ଦାଶ ସ୍ଥାନୀୟ ବିଧାୟକ ବିରୋଧି ମନ୍ତବ୍ୟ ଦେଇଥିବା ଲକ୍ଷ କରାଯାଇଥିଲା l ଏହି ଅବସରରେ ରାମଚନ୍ଦ୍ର ପଣ୍ଡା ଙ୍କ 50ବର୍ଷର ରାଜନୈତିକ ଜୀବନୀ ଉପରେ ନେତା ମାନେ ମନ୍ତବ୍ୟ ପ୍ରଦାନ କରାଯାଇଥିଲା l

ଛତ୍ରପୁର ବ୍ଲକ ଅଧ୍ୟାକ୍ଷା କିରଣ କୁମାରୀ ଦାସ,ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟନାୟକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ,ବିଜେଡି ପୂର୍ବତନ ରାଜ୍ୟ ସମ୍ପାଦକ ଟି. ଗୋପି,ଆଇନଜୀବୀ ବ୍ରଜ ମୋହନ ଆଚାର୍ଯ୍ୟ,ପୂର୍ବତନ ସରପଞ୍ଚ ସୁବାଷ ଚୌଧୁରୀ,କିଶୋର ରେଡି, ଡିଲେଶ ରେଡି,ଛତ୍ରପୁର ବ୍ଲକ ଉପାଧ୍ୟାକ୍ଷା ଶାରଦା ରେଡି,ପ୍ରମୁଖ ଙ୍କ ସହ ଅନ୍ୟମାନେ ମଞ୍ଚାସିନ ରହିଥିଲେ l

 

ଗଞ୍ଜାମ ସହରରେ ବିଜେଡି ବ୍ୟାନେର ରେ ଏପରି ଏକ କାର୍ଯ୍ୟକ୍ରମ ହେଉଥିବା ବେଳେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଓ ଅଧିକାଂଶ ବିଜେଡି ଜନ ପ୍ରତିନିଧି ଅନୁପସ୍ଥିତ ରହିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହୋଇଛି l

You may have missed