October 29, 2026

ଗଜପତି:- ବାତ୍ୟା “ଅର୍ଣ୍ଣବ” ଅବସରରେ ଜିଲ୍ଲାବାସୀ’ଙ୍କୁ ଜିଲ୍ଲାପାଳ’ଙ୍କ ଜରୁରୀ ନିବେଦନ ଓ ସତର୍କତା ବାର୍ତ୍ତା

IMG-20261029-WA0157
Share

 

ଗଜପତି ଜିଲ୍ଲାରେ ବାତ୍ୟା “ଅର୍ଣ୍ଣବ” ଅବସରରେ ଜିଲ୍ଲାବାସୀ’ଙ୍କୁ ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ପ୍ରେସ ସୂଚନା ମାଧ୍ୟମରେ ଜରୁରୀ ନିବେଦନ ସହ ସତର୍କତା ବାର୍ତ୍ତା ଜଣାଇଛନ୍ତି ।

ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ , ପ୍ରିୟ ଗଜପତି ଜିଲ୍ଲାବାସୀ, ବାତ୍ୟା “ଅର୍ଣ୍ଣବ” ର ପ୍ରଭାବରେ ଜିଲ୍ଲାରେ ଲଗାଣ ବର୍ଷା ଜାରୀ ରହିଥିବା ଯୋଗୁଁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଥିବା ବେଳେ ଏଥିରେ ଅନେକ ଗ୍ରାମ ଜଳମଗ୍ନ ହୋଇସାରିଛି ଏବଂ ଅନେକ ପରିବାର ବିପଦର ସମ୍ମୁଖୀନ ହୋଇଛନ୍ତି ।

ବିଶେଷ କରି ଜିଲ୍ଲାର ପ୍ରବାହିତ ହେଉଥିବା ମହେନ୍ଦ୍ର ତନୟା, ବଂଶଧାରା ଓ ହରଭଙ୍ଗି ସମେତ ଅନ୍ୟାନ୍ୟ ନଦୀ ଓ ନାଲ କୂଳରେ ବସବାସ କରୁଥିବା ସମସ୍ତ ଲୋକଙ୍କୁ ଜିଲ୍ଲାର ଜିଲ୍ଲାପାଳ ଭାବେ ମୋର ଅନୁରୋଧ ଯେ, ଦୟାକରି ପରିସ୍ଥିତି ପ୍ରତି ସତର୍କ ରୁହନ୍ତୁ ଆଉ ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ ।ଅତ୍ୟନ୍ତ ଆବଶ୍ୟକ ନ ହେଲେ ଘରୁ ବାହାରନ୍ତୁ ନାହିଁ। ନଦୀ, ନାଳ, କିମ୍ବା ବନ୍ୟାଜଳ ନିକଟକୁ ଯାଆନ୍ତୁ ନାହିଁ ଏବଂ ଭୂସ୍ଖଳନ ଆଶଙ୍କା ଥିବା ପାହାଡ଼ିଆ ଅଞ୍ଚଳ ଠାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରୁହନ୍ତୁ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଚାଲିଛି । ପ୍ରଶାସନ ଆପଣ ମାନଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ହେବାକୁ ଅନୁରୋଧ କଲେ, ଦୟାକରି ଏଥିରେ ବିଳମ୍ବ ନ କରି ତାଙ୍କୁ ସହଯୋଗ କରନ୍ତୁ , କାରଣ ଆପଣଙ୍କ ଘର ଓ ଜିନିଷ ଠାରୁ ଆପଣଙ୍କ ଜୀବନ ଅନେକ ମୂଲ୍ୟବାନ ଅଟେ ।

ଆପଣ ମାନଙ୍କୁ ମୋର ଆଉ ଏକ ନିବେଦନ ଯେ, ନିଜ ସହିତ ପଡ଼ୋଶୀ, ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ, ମହିଳା ଓ ଅସହାୟ ଲୋକ ମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଏଭଳି ପରିସ୍ଥିତି ସମୟରେ ଆବଶ୍ୟକ ସାହାଯ୍ୟ ସହଯୋଗ କରନ୍ତୁ। ।

ଗଜପତି ଜିଲ୍ଲାର ପ୍ରତ୍ୟେକଟି ଜୀବନ ଆମ ପାଇଁ ଅମୂଲ୍ୟ । ଜଣେ ମଣିଷର ହେଲେ ବି ଜିବନହାନୀ ଯେପରି ନ ହୁଏ, ସେଥିପାଇଁ ଆମେ ଆମର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଶକ୍ତି ଲଗାଇ ପ୍ରୟାସ କରୁଛୁ । କିନ୍ତୁ ଏଥିରେ ଆପଣ ମାନଙ୍କ ବିନା ସହଯୋଗରେ ଏହି ପ୍ରୟାସ ସଫଳ ହୋଇପାରିବ ନାହିଁ ।

ଏହା ପ୍ରକୃତିର ଏକ କଠିନ ପରୀକ୍ଷା ।

ଆମେ ସମସ୍ତେ ଧୈର୍ଯ୍ୟ, ସତର୍କତା ଓ ପରସ୍ପର ସହ ସହଯୋଗ ମାଧ୍ୟମରେ ହିଁ ଏହି ବିପଦର ମୁକାବିଲା କରିପାରିବା । ଆପଣ ମାନଙ୍କ ଜୀବନ ଆମର ତଥା ଜିଲ୍ଲା ପ୍ରଶାସନର ପ୍ରଥମ ପ୍ରାଥମିକତା । ଆପଣ ମାନେ ସୁରକ୍ଷିତ ରହିଲେ ଆମ ଗଜପତି ସୁରକ୍ଷିତ ରହିବ । ତେଣୁ କରି ସମସ୍ତେ ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଜଣାଇ ନିବେଦନ କରିଛନ୍ତି।

——————————————

ଗଣେଶ କୁମାର ରାଜପାରାଲାଖେମୁଣ୍ଡି (ଗଜପତି)

—————————————–

You may have missed