October 29, 2026

ବୁଲଡାପଙ୍କା ଠାରେ ୪୨ତମ ଯୁବ ବାର୍ଷିକ ଉତ୍ସବ ଆଡମ୍ବର ଅନୁଷ୍ଠିତ ..

IMG-20261029-WA0123
Share

ମୋହନା(ଜୁନେସ ଶବର)ଗଜପତି ଜିଲ୍ଲା ମୋହନା ବ୍ଲକ ବଡଖଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଲଡାପଙ୍କା ଗ୍ରାମରେ ଚଳିତ ବର୍ଷର ମେରମା ପାଷ୍ଟୋରେଟର ୪୨ତମ ଯୁବ ଉଦ୍ଧିପନା ସଭା ଦୁଇ ଦିନ ଧରି ଆଡମ୍ବର ସହ ପାଳନ ହୋଇଥିଲା। ଗଜପତି ୟୁନିଅନ ପାଷ୍ଟୋରେଟ ର ସମସ୍ତ ପାଳକ ଏବଂ ମେରାମା ପାଷ୍ଟୋରେଟର ପାଳକ ଙ୍କ ସମେତ ସହ ପାଳକ, ଡିକନ ଓ ପ୍ରଚାରକ ଏବଂ ୨୦ଗୋଟି ମଣ୍ଡଳୀ ର ଶତାଧିକ ଯୁବକ, ଯୁବତୀ, ଛାତ୍ର, ଛାତ୍ରୀଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ମାନେ ଯୋଗ ଦେଇ ଉତ୍ସବ ଟିକୁ ଉପଭୋଗ କରିଥିଲେ। ଏହି ଉତ୍ସବରେ ବକ୍ତା ଭାବେ ରେ. ବଙ୍ଗଳା ମଣ୍ଡଳ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଙ୍କ ସମେତ ପୁରୁଷ ଓ ମହିଳା ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ। ଏହି ଉତ୍ସବ ରେ ବକ୍ତା ମାନେ ନିଶା ନିବାରଣ,ଶିକ୍ଷା, ସ୍ୱାସ୍ଥ୍ୟ, ବାଲ୍ୟ ବିବାହ ପ୍ରଥା ବନ୍ଦ କରିବା,

କୁସାଙ୍ଗ ଠାରୁ ଦୁରେଇ ରହିବା ସମ୍ପର୍କ ରେ ବିଷଦ ଭାବେ ବୁଝାଇ ଠିକ ରାସ୍ତାରେ ଚାଲିବା ସହ ଉତ୍ତମ ଶିକ୍ଷା ଗ୍ରହଣ କରି ମନୁଷ୍ୟ ଜୀବନରେ ସାର୍ଥକ ଅର୍ଜନ କରିବା ନିମନ୍ତେ ବୁଝାଇଥିଲେ।ଏହି ଉତ୍ସବରେ ସ୍ଥାନୀୟ

ବୁଲଡାପଙ୍କା ଗ୍ରାମ ମଣ୍ଡଳୀ ସୁଚାରୁରୂପେ ପରିଚାଳନା କରି ସୁନାମ ଅର୍ଜନ କରିଥିଲେ।

You may have missed