April 30, 2026

ବିଜେଡି ର ମୋହନା ରେ ବ୍ଲକ ସ୍ତରୀୟ ପଦଯାତ୍ରା, ମୋହନ ସରକାର ଉପରେ ବର୍ଷିଲେ ବିଜେଡି ନେତା, କହିଲେ ନିର୍ବାଚନ ପ୍ରତିଶ୍ରୁତି ପାଳନ କର —

IMG-20241029-WA0013
Share

ଆଜି ଗଜପତି ଜିଲ୍ଲା ମୋହନା ଠାରେ ବ୍ଲକ ସ୍ତରୀୟ ବିଜେଡି ର ପଦଯାତ୍ରା ପ୍ରତି ବର୍ଷ ପରି ଚଳିତ ବର୍ଷ ଅନୁଷ୍ଠିତ ହୋଇଛି। ଏହି ପଦଯାତ୍ରାରେ ନେତୃତ୍ଵ ନେଇଥିଲେ ବିଜେଡି ର ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ବିଶିଷ୍ଟ ନେତାଙ୍କ ମଧ୍ୟରେ ଥିଲେ ବିଜେଡି ର ଆଗଧାଡିର ନେତା ତଥା ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ପାରଳା ବିଧାୟକ ରୁପେଶ ପାଣିଗ୍ରାହି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ ଙ୍କ ସମେତ ଜିଲ୍ଲା କର୍ମକର୍ତ୍ତା ଏବଂ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଙ୍କ ସହ ହଜାର ହଜାର କର୍ମୀ ସଙ୍ଗେ ମହିଳା, ଯୁବ ବିଜେଡି କର୍ମ କର୍ତ୍ତା ଏହି ପଦଯାତ୍ରା ରେ ଭାଗ ନେଇ ବିଜେପି ସରକାର ର ଅପାରଗତା, ମହିଳା ଙ୍କୁ ଠକି ଥିବା ସରକାର ସମାଲୋଚନା କରିଥିଲେ। ଏହା ସଙ୍ଗେ ଆଗାମୀ ଦିନରେ ପୁଣି ନବୀନ ସରକାର ନିଶ୍ଚୟ ଓଡ଼ିଶା ରେ ଶାସନ କରିବ ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ସଭାପତି ନିଜ ବକ୍ତବ୍ୟରେ ମୋହନ ସରକାର ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେ ଗୁଡ଼ିକ ପାଳନ କରିବା ନିମନ୍ତେ ଆଜିର ଦିନରେ ଲୋକଙ୍କୁ ସଚେତନ କରିବା ସହ ସରକାର ଙ୍କ ନିକଟରେ ଦାବି କରିଥିଲେ।