September 29, 2024

ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୨୪ତମ କଲର୍ ବେଲଟ୍ ଓ ୧୭ତମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ର ସାର୍ଟିଫିକେଟ ବିତରଣ କାର୍ଯ୍ୟକ୍ରମ ଉଦଯାପିତ..

Share

ଚଳିତ ବର୍ଷ ଅଗଷ୍ଟ ୧୮ ତାରିଖ ରେ ପୁରୀ ଗ୍ରାଣ୍ଡ ରୋଡ ନିକଟସ୍ଥ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଟ୍ରେନିଂ ହଲ୍ ରେ ୨୪ତମ କଲର୍ ବେଲଟ୍ ପ୍ରମୋସନ୍ ଟେଷ୍ଟ ଆୟୋଜିତ କରାଯାଇ ଥିଲା।

ଏଥିରେ ପ୍ରାୟ ୭୦ ରୁ ଉର୍ଦ୍ଧ ବାଳକ ବାଳିକା ଅଂଶ ଗ୍ରହଣ କରି ନିଜର କୃତି ପ୍ରଦର୍ଶନ କରି ଉଚ୍ଚସ୍ତରୀୟ ବେଲଟ୍ ହାସଲ କରିଥିଲେ।

ସେହିପରି ଚଳିତ ବର୍ଷ ଜୁଲାଇ ୨୭ ଓ ୨୮ ତାରିଖ ରେ ପୁରୀ ରେଲୱେ କଲ୍ୟାଣ ମଣ୍ଡପ ରେ ୧୭ତମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

ଏଥିରେ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୩୦ ରୁ ଉର୍ଦ୍ଧ ବାଳକ ବାଳିକା ଅଂଶ ଗ୍ରହଣ କରି, ନିଜ ଏକାଡେମୀ ପାଇଁ ପୁମ୍-ସେ ଇଭେଣ୍ଟ ରେ ଚମ୍ପିୟାନ ହେବ ସହ, କିରୋଗି ଇଭେଣ୍ଟ ରେ ରନର୍-ସଫ୍ ହୋଇ, ନିଜ ଏକାଡେମୀ ପାଇଁ ଗୌରବ ଅର୍ଜନ କରିଥିଲେ।

ଏଣୁ ଆଜି ସେପ୍ଟେମ୍ବର ୨୮ ରବି ବାର ସନ୍ଧ୍ୟା ରେ *କୁମ୍ଭାର ପଡ଼ା ଥାନା ଅଧିକାରୀ ଶ୍ରୀ ଜୟ ଦୀପ ମହାନ୍ତି* ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବ ସହ, ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନ୍ ର ସଭାପତି ଶ୍ରୀ ବ୍ୟୋମ୍ କେଶ ଅଭିଳାଷ ପ୍ରସାଦ୍ ଓ ସାଧାରଣ ସମ୍ପାଦକ ତଥା ଅନ୍ତର୍ଜାତୀୟ ମାଷ୍ଟର ଶ୍ରୀ ମନମୋହନ ଭଞ୍ଜ ସାନମାନୀୟ ଅଥିତି ରୂପେ ଯୋଗ ଦେଇ ଥିଲେ।

ଅତିଥି ମାନଙ୍କ ଦ୍ଵାରା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ୍ ବିତରଣ ହେବା ସହ , ଚଳିତ ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଆଗ୍ରା ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ସବ୍ ଜୁନିୟର ବାଳକ ବିଭାଗରେ *ସାଇ କୃପା ମହାପାତ୍ର* ସ୍ଵର୍ଣ୍ଣ ପଦକ ଓ ସବ୍ ଜୁନିୟର ବାଳିକା ବିଭାଗରେ ସୁଶ୍ରୀ ସମର୍ପିତା ପୃଷ୍ଟି କାଂସ୍ୟ ପଦକ ହାସଲ କରିଥିବା ଦୁଇ ଜଣ କ୍ରୀଡାବିତ୍ ଙ୍କୁ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଶେଷରେ ମୁଖ ଅତିଥି *ଇନ୍ସପେକ୍ଟର ଶ୍ରୀ ଜୟ ଦୀପ ମହାନ୍ତି* ଶାରୀରିକ ଓ ମାନସିକ କ୍ଷମତା ବୃଦ୍ଧି କରିବାପାଇଁ ଓ ଆତ୍ମ ରକ୍ଷା କୌଶଳ ଜାଣିବା ପାଇଁ ଟାଏକୋଣ୍ଡୋ ଶିଖିବା ନିତ୍ୟାନ୍ତ ଆବଶ୍ୟକ। ଏହା କେବଳ ଶିଶୁ ମାନଙ୍କ ପାଇଁ ନୁହେଁ ସବୁ ବୟସର ବ୍ୟକ୍ତି ମାନଙ୍କ ପାଇଁ ଏକାନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ ରଖି ଛନ୍ତି ବୋଲି ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଶ୍ଵନାଥ ନାୟକ ମତ ପ୍ରକାଶ କରିଥିଲେ।