ଆବାସ ଘର ଅପେକ୍ଷା ରେ ଦୁଇ ଦିବ୍ୟାଙ୍ଗ ସ୍ୱାମୀ ସ୍ତ୍ରୀ ..

IMG-20240829-WA0007
Share

 

 

ବୋଲଗଡ଼,:(ଉପାନ୍ତ ଖବର): ସରକାରୀ ସ୍ତରରେ ମାଳ ମାଳ ଯୋଜନା ଥାଇ ମଧ୍ୟ ସତେଯେପରି ସାତସପନ ହୋଇପଡିଛି ବୋଲଗଡ଼ ବ୍ଳକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ବାଳସିଂହ ଗ୍ରାମର ଦୃଷ୍ଟି ହୀନ କାଞ୍ଚନ ପ୍ରଧାନ (୩୬) ଏବଂ ସ୍ୱାମୀ ମାନସ ପ୍ରଧାନ(୪୬) ,ମାନସ ଙ୍କର ଜନ୍ମରୁ ଦୁଇଟି ଗୋଡ ଜନ୍ମରୁ ଅଚଳ ଯାହାକି ଅନ୍ୟର ସାହାରାରେ ତାଙ୍କୁ ଟେକିକି ନେବା ଆଣିବା କରାଯାଏ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ। ଝିଅ ଟିକୁ ବିବାହ ଦେଇ ଥିବା ବେଳେ ପୁଅଟି ଦଶମ ଶ୍ରେଣୀରେ ପଢୁଛି। ଦୁଇ ଦିବ୍ୟାଙ୍ଗ ସ୍ୱାମୀ ସ୍ତ୍ରୀ ସରକାରୀ ସହାୟତା କହିଲେ ଦିବ୍ୟାଙ୍ଗଭତା ଏବଂ ରାସନ ଚାଉଳ ପାଉଛନ୍ତି।

ଘରକହିଲେ ଖଣ୍ଡିଏ ଭଙ୍ଗା ଦଦରା ଚାଳ ଛପର ଘରଖଣ୍ଡିଏରେ ତାଙ୍କର ବିତୁଛି ଜୀବନ। ଏବଂ ସେହି ଘରେ ଦୋକାନ ଟିଏ ଦେଇ କଷ୍ଟେମଷ୍ଟେ ଚଳୁଛନ୍ତି। କିନ୍ତୁ ଆବାସ ଘରଖଣ୍ଡିଏ ପାଇଁ ସ୍ଥାନୀୟ ପ୍ରଶାସନ କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥାକୁ ଶୁଣୁନାହାନ୍ତି ବୋଲି କହିଛନ୍ତି ମାନସ ପ୍ରଧାନ। ତେଣୁ ତାଙ୍କୁ ସରକାରୀ ଯୋଜନାରେ ପକାଘର ଖଣ୍ଡିଏ ଏବଂ କିଛି ପ୍ରୋତ୍ସାହନ ମିଳିପାରନ୍ତା ସେ ମୁଣ୍ଡ ଗୁଞ୍ଜିବାସହିତ ଖୁସିରେ ବଞ୍ଚିପାରନ୍ତେ। ଏସବୁକୁ ଯଦି ସ୍ଥାନୀୟ ପ୍ରଶାସନ ଓ ସରକାର ଦୃଷ୍ଟି ନିକ୍ଷେପ କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ନିବେଦନ କରିଛନ୍ତି।

 

ରିପୋର୍ଟ-(ସୁଶାନ୍ତ କୁମାର ପ୍ରଧାନ।)