ପିପୁଲ୍ଲ କଲେଜରେ ଜାତୀୟ କ୍ରୀଡା ଦିବସ ପାଳିତ, ମାରାଥନ୍ ଦୌଡ ଓ କବାଡି ପ୍ରତିଯୋଗିତା ଅନୁଷ୍ଠିତ
ପିପୁଲ୍ଲ କଲେଜରେ ଜାତୀୟ କ୍ରୀଡା ଦିବସ ପାଳିତ, ମାରାଥନ୍ ଦୌଡ ଓ କବାଡି ପ୍ରତିଯୋଗିତା ଅନୁଷ୍ଠିତ
ବୁଗୁଡ଼ା : ତା ୨୯/୦୮/୨୩ : ସ୍ଥାନୀୟ ପିପୁଲ୍ଲ
କଲେଜର କ୍ରୀଡା ସଙ୍ଗଠନ ପକ୍ଷରୁ ୧୨ତମ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଉକ୍ତ ଦିବସର ପ୍ରାତଃକାଳରେ ସ୍ଥାନୀୟ ମଦନ ମୋହନ ଛକଠାରୁ ପିପୁଲ୍ସ କଲେଜ ପର୍ଯ୍ୟନ୍ତ ଏକ ମାରାଥନ୍ ଦୌଡ ଅନୁଷ୍ଠିତ ହୋଇଥିଲା । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ପତାକା ଦେଖାଇ ମାରାଥନ୍ ଦୌଡର ଶୁଭାରମ୍ଭ କରିଥିବା ବେଳେ ସୁନିଲ କୁମାର ରାଉତ , ଗଣେଶ ବିଷୋୟୀ ଓ ଶୁଭ ରଞ୍ଜନ ପାଣି ଯଥାକ୍ରମେ ଏଥିରେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ସେହିପରି କଲେଜ ପରିସରରେ ଆୟୋଜିତ କବାଡି ପ୍ରତିଯୋଗିତାରେ ପୁରୁଷ ବିଭାଗ ଫାଇନାଲରେ ଭଞ୍ଜନଗର ଦଳକୁ ହରାଇ ବୁଗୁଡା ଦଳ ଓ୍ବିନର୍ ହୋଇଥିବା ବେଳେ ମହିଳା ବିଭାଗରେ ବାଲିପଦର ଦଳ ବୁଗୁଡା ଦଳକୁ ହରାଇ ଓ୍ବିନର୍ ହୋଇଥିଲା। କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡ , ଜଗନ୍ନାଥ ମହାନ୍ତି , ଆକାଶ କୁମାର ପ୍ରଧାନ ପ୍ରମୁଖ ରେଫେରି ଦାୟିତ୍ବ ନିର୍ବାହ କରିଥିଲେ । ଅନ୍ଯପକ୍ଷରେ ଅପରାହ୍ନରେ
କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ବାସୁଦେବ ନାୟକ ଏବଂ ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଜାତୀୟ କ୍ରୀଡ଼ା ଦିବସର ଅନୁଚିନ୍ତନ କରିଥିଲେ । ଏ ଅବସରରେ ଆୟୋଜିତ ମାରାଥନ୍ ଦୌଡ ଓ କବାଡି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟାପକ ପ୍ରଦୀପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ କ୍ରିଷ୍ଣାରାଓ ପାତ୍ର ଓ ଏମ୍. ଯୋଗେଶ୍ବର ଦୋରା ପରିଚାଳନା କରିଥିବା ବେଳେ କ୍ରୀଡା ସଂଗଠନର ଅନ୍ୟ କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ।