November 24, 2024
Share

*ଖବର ଆଜିର*
ତାରିଖ ୨୯/୦୮/୨୦୨୩ ମଙ୍ଗଳବାର ।
ଉତ୍ତରପ୍ରଦେଶର ମ‌ହୋବାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ଶିବଙ୍କ ପୂଜା କରୁଥିବା ବେଳେ ଏକ ନାଗସ‌ାପ ଆସି ମହିଳାଙ୍କ ଗୋଡ଼ରେ ଗୁଡ଼ାଇ ହୋଇଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ ସାପଟି ମହିଳାଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥିଲା।

ଭାରତର ପ୍ରଥମ ସୌର ମିସନ: ସେପ୍ଟେମ୍ବର ୨ରେ ଆଦିତ୍ୟ-ଏଲ୍‌୧ ।

ସେପ୍ଟେମ୍ବର ୧୯ରେ ଲଞ୍ଚ ହେବ ଜିଓ ଏୟାର ଫାଇବର। ରିଲାଏନ୍ସ ଏଜିଏମରେ ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା .।

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଦାୟିତ୍ୱ ନେବେ ମୁକେଶ ଅମ୍ବାନୀଙ୍କ ଉତ୍ତରାଧିକାରୀ: ନୀତାଙ୍କ ଇସ୍ତଫା, କମ୍ପାନୀର ବୋର୍ଡରେ ନିଯୁକ୍ତ ହେଲେ ଆକାଶ, ଇଶା ଓ ଅନନ୍ତ ।

NCERT ସପ୍ତମ ଶ୍ରେଣୀ ଇଂରାଜୀ ବହିରେ ସାମିଲ ହେଲା ଜାତୀୟ ଯୁଦ୍ଧ ସ୍ମାରକୀ ସମ୍ପର୍କୀତ ବିଷୟବସ୍ତୁ। ଇଂରାଜୀ ବହି ହନିକମ୍ବରେ ଶେଷ ବିଷୟ ଭାବେ ”ଏ ହୋମେଜ୍ ଟୁ ଆୱାର ବ୍ରେଭ୍ ସୋଲଜର୍ସ” ନାଁରେ ଏହି ବିଷୟବସ୍ତୁ ପଢ଼ିବେ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି କଥା ହେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌, କହିଲେ-ଜି୨୦ ସମ୍ମିଳନୀରେ ଭାଗ ନେବେ ବିଦେଶ ମନ୍ତ୍ରୀ ।

ବିଦେଶୀ ମହିଳା ପ୍ରଶଂସକଙ୍କୁ ନୀରଜ କହିଲେ, ‘କ୍ଷମା କରିବେ, ଜାତୀୟ ପତାକାରେ ମୁଁ ଦସ୍ତଖତ କରିପାରିବି ନାହିଁ’ ।

ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ବାହାରିଛନ୍ତି ବରିଷ୍ଠ ରାଜନେତା ଡା.ଦାମୋଦର ରାଉତ। ଦାମୋଦର କହିଛନ୍ତି, ସୌମ୍ୟରଞ୍ଜନ ‘ସମ୍ବାଦ’ରେ ଯାହା ଲେଖିଛନ୍ତି, ବିଜେଡି ବିଧାୟକ ଭାବରେ ଲେଖିନାହାନ୍ତି। ଜଣେ ସମ୍ପାଦକ ହିସାବରେ ସମ୍ପାଦକୀୟ ଲେଖିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ବାଣ୍ଟିଲେ ନିଯୁକ୍ତି ପତ୍ର। ଭୁବନେଶ୍ୱର ସମେତ ସାରା ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା ।

ଚନ୍ଦ୍ରଯାନ ୩ ମିସନରେ ପ୍ରଜ୍ଞାନ ରୋଭର ପ୍ରଥମ ବାଧାକୁ ସଫଳତାର ସହ ସାମ୍ନା କରିଛି । ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ବୁଲି ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ଲ୍ୟାଣ୍ଡର ମାଧ୍ୟମରେ ଅର୍ବିଟରକୁ ଏବଂ ପରେ ପୃଥିବୀରେ ଥିବା ଅର୍ଥ ସେଣ୍ଟରକୁ ପ୍ରେରଣ କରୁଛି ।

ସେପ୍ଟେମ୍ବର ୨ରୁ ଇସ୍ରୋର ସୂର୍ଯ୍ୟ ମିଶନ, ଶ୍ରୀହରିକୋଟାରୁ ଲଞ୍ଚ ହେବ ‘ଆଦିତ୍ୟ ଏଲ୍-ୱାନ ।

ମୁଁ କିଛି ହେବାକୁ ଆଶାୟୀ ନୁହେଁ, ବରଂ ମୁଁ କେବଳ ସମସ୍ତଙ୍କୁ ଏକଜୁଟ କରିବା ପାଇଁ ଚାହୁଁଛି ; ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

ଏମସରେ ବିଜୁ ସ୍ବାସ୍ଥ୍ୟ କାର୍ଡ ପରିଚାଳନାରେ ଅବ୍ୟବସ୍ଥା: କାଉଣ୍ଟର କର୍ମଚାରୀଙ୍କ ଅବହେଳା, ଅସ୍ତ୍ରୋପଚାର ବାତିଲ ।

ଆଦାନିଙ୍କ ଅଡ଼ୁଆ ବଢ଼ାଇବ ସେବି: ତଦନ୍ତରେ ତ୍ରୁଟି ଧରାପଡ଼ିଥିବା ସନ୍ଦେହ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ପ୍ରଚଳନ କରାଯାଇଛି। ଅବିଭାଜିତ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ତେଲୁଗୁ ଅଭିନେତା ଏନ୍‌ଟି ରାମାରାଓଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ ସ୍ମୃତିରେ ନାମିତ ଏହି ସ୍ବତନ୍ତ୍ର ମୁଦ୍ରାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକାର୍ପିତ କରିଛନ୍ତି।

ଧାରା ୩୫ଏ ଜାମ୍ମୁ-କାଶ୍ମୀର ନାଗରିକଙ୍କ ଅନେକ ମୌଳିକ ଅଧିକାର ଛଡ଼ାଇ ନେଲା: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ।

ରାଫେଲ-ଏମ୍ ବୁଝାମଣା ଉପରେ ଭାରତ ଏବଂ ଫ୍ରାନ୍ସ ଅଧିକାରୀଙ୍କ ମଧ୍ୟରେ ପ୍ରଥମ ବୈଠକ, ଜୁଲାଇରେ ପ୍ରସ୍ତାବକୁ ମିଳିଥିଲା ମଞ୍ଜୁରୀ ।

୨୬୨ ସହକାରୀ ପ୍ରଫେସର ଏବଂ ୮୮ ଜୁନିଅର କାର୍ଯ୍ୟନିର୍ବାହୀ ସହାୟକ ରାଜ୍ୟ ସରକାରରେ ଯୋଗ ଦେଇଛନ୍ତି। ଏହି ଉଦ୍ଦେଶ୍ୟରେ ଲୋକ ସେବା ଭବନର ସମ୍ମିଳନୀ କେନ୍ଦ୍ରରେ ଏକ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ସୁପ୍ରଭାତ ,ଶୁଭ ସକାଳ ।