ଖବର ଆଜିର

*ଖବର ଆଜିର*
*ତାରିଖ ୨୯/୦୬/୨୩, ଗୁରୁବାର*
*୧-ଆଜି ଅନୁଷ୍ଠିତ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା।ଉଚ୍ଚ ଶିକ୍ଷା ବିଭାଗର ରାଜ୍ୟ ସିଲେକସନ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ୩ଟି ସିଟିଙ୍ଗରେ ଏହି ପ୍ରବେଶିକା ପରୀକ୍ଷା ହେବ।*
*୨-ପୁରୀ:ଡାହୁକ ଡାକରେ ଫାଟିଲା ବଡ଼ଦାଣ୍ଡ, ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ।*
*୩-କେନ୍ଦୁଝରଗଡ: ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ୧୨ ଚକିଆ ଟ୍ରକ,୫ ମୃତ,୯ ଆହତ।*
*୪-ରଥଟଣା ବେଳେ ଅଘଟଣ: ଅଣନିଶ୍ୱାସୀ ହୋଇ ୮ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଅସୁସ୍ଥ,ପୁରୀ ମେଡିକାଲରେ ହେଲେ ଭର୍ତ୍ତି ।*
*୫-ଖଣ୍ଡଗିରି:କରଜ ଦେବା କାଳ ହେଲା , ଟଙ୍କା ମାଗିବାରୁ ପିଟି ପିଟି ହତ୍ୟା, ଅଭିଯୁକ୍ତ ବିକାଶ ମହାପାତ୍ର ଗିରଫ।*
*୬-ଆଜି ସୁନାବେଶ, ଦର୍ଶନାର୍ଥୀଙ୍କୁ ରଥ ଉପରକୁ ଯିବାକୁ ମନା।କାଲି ଅଧର ପଣା ନୀତି।*
*୭-ବିଦ୍ୟୁତ୍ କ୍ଷେତ୍ରରେ ସଂସ୍କାର ପାଇଁ କେନ୍ଦ୍ରର ଓଡିଶାକୁ ୨୭୨୫ କୋଟିର ଆର୍ଥିକ ପ୍ରୋତ୍ସାହନ।*
*୮-ଆଷାଢ଼ରେ ପରିବା ଦର ଆକାଶ ଛୁଆଁ,ବିନ୍ସି କିଲୋ ହେଲାଣି ୧୮୦ ଟଙ୍କା।*
*୯-ଝୁମ୍ପରା:କେନ୍ଦୁଆ ବାହୁଡା ଯାତ୍ରାରେ ଅଘଟଣ, ରଥରେ ବିଦ୍ୟୁତ ତାର ଲାଗି ୨ ମୃତ, ଜଣେ ଆହତ।*
*୧୦-ଆଗାମୀ ୨ଦିନ କମ୍ ରହିବ ବର୍ଷାର ପରିମାଣ, ୩ ଦିନ ପରେ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା।*
*୧୧-କେନ୍ଦୁଝର ଟ୍ରକ୍ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା।*
*୧୨-ଚଳିତ ବର୍ଷ ପଦ୍ମଶ୍ରୀ ହଳଧର ନାଗଙ୍କୁ ପ୍ରଦାନ କରାଯିବ କାଦମ୍ବିନୀ ସମ୍ମାନ-୨୦୨୩।*
*୧୩-ଦୁଇ ଦିନିଆ ଜଗତସିଂହପୁର ଗସ୍ତରେ ଯିବେ 5T ସଚିବ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କରିବେ ସମୀକ୍ଷା।*
*୧୪-ଭୁବନେଶ୍ୱରରେ ଶିବମୟ ପରିବେଶ, ମନ୍ତ୍ରଧ୍ୱନି ଓ ବେଦପାଠରେ ଏକାମ୍ର ପ୍ରକଳ୍ପର ହେଲା ଶିଳାନ୍ୟାସ।*
*୧୫-ଦିଲ୍ଲୀରୁ ଆସିଥିବା ଚିଠିକୁ ନେଇ ଚର୍ଚ୍ଚା; 5T ସଚିବଙ୍କ ଗସ୍ତକୁ ନେଇ ରାଜନୀତି ଜୋରଦାର।*
*୧୬-ଆଡ଼ପ ଅବଢା ନେଇ ଶ୍ରଦ୍ଧାଳୁଙ୍କ ମନ ଉଣା: ସ୍ଵାଦରେ କିଛି କମି ରହିବାର ଅନୁଭବ, କୂଅ ଜଳ ବିଶୋଧନରେ ତ୍ରୁଟିକୁ ଦାୟୀ କଲେ ସେବାୟତ।*
*୧୭-ଡାଲି ଦରରେ ଲାଗୁନି ଅଂକୁଶ,ଦର ନିୟନ୍ତ୍ରଣରେ ସରକାର ବିଫଳ।*
*୧୮-ତ୍ରିପୁରାରେ ହୃଦୟ ବିଦାରକ ଦୃଶ୍ୟ । ଇସ୍କନ ରଥରେ ନିଆଁଲାଗି ୬ ମୃତ, ୧୫ ଗୁରୁତର।*
*୧୯-ବନ୍ୟା ପାଣିରେ ପୁଣି ବିହାରରେ ଭାସିଗଲା ହଜାରେ କୋଟି ବଜେଟର ନିର୍ମାଣଧୀନ ପୋଲ । ସେପଟେ ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ ସବୁଠି କାଳ ସାଜିଛି ଲଗାଣ ବର୍ଷା ଓ ବନ୍ୟା ବିତ୍ପାତ।*
*୨୦-ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ଗୋଟି ଚାଳନା, ଟିଏସ ସିଂହଦେଓ ହେଲେ ଛତିଶଗଡର ଉପମୁଖ୍ୟମନ୍ତ୍ରୀ।*
. *🙏 ସୁପ୍ରଭାତ 🙏*