June 23, 2026

ଗାଇଡ଼ ଲାଇନ ଉଲଂଘନ କରି ଚାଲିଛି ବଲିରାଜ ଫ୍ଲ୍ୟୁଏଲ ସେଣ୍ଟର ରେ ଅପମିଶ୍ରିତ ତେଲ ଯୋଗାଣ କୁ ନେଇ ଗ୍ରାହକ ଅସନ୍ତୋଷ

IMG-20230629-WA0003
Share

ଗାଇଡ଼ ଲାଇନ ଉଲଂଘନ କରି ଚାଲିଛି ବଲିରାଜ ଫ୍ଲ୍ୟୁଏଲ ସେଣ୍ଟର ରେ ଅପମିଶ୍ରିତ ତେଲ ଯୋଗାଣ କୁ ନେଇ ଗ୍ରାହକ ଅସନ୍ତୋଷ

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ସହରରେ ଗୋଟାଏ ମାତ୍ର ତେଲ ଟାଙ୍କି ସେ ହେଉଛି ବଲିରାଜ ଫ୍ଲୁଏଲ ସେଣ୍ଟର. ଦୀର୍ଘ ବର୍ଷ ହେବ ଅତରିକ୍ତ ଜ଼ିଲ୍ଲା ଯୋଗାଣ ଅଧିକାରୀଙ୍କ ଛାତ୍ର ଛାୟା ତଳେ ଚାଲୁଛି. ଅପମିଶ୍ରିତ ଡିଜେଲ ଏବଂ ପେଟ୍ରୋଲ. ଗ୍ରହକଙ୍କୁ ଚଢ଼ା ଦର ରେ ଯୋଗାଇ ବିଲ୍ଲ ଦେଉ ନାହିଁ. ପ୍ରତିବାଦ କଲେ ଗୁଣ୍ଡା ଲଗାଇ ମାଡ଼ ହେବ ବୋଲି ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଛି. ଏନେଇ ଯୋଗାଣ ବିଭାଗରେ ଅଭିଯୋଗ କଲେ କିମ୍ବା ସୂଚନା ଅଧିକାରଆଇନ ମଧ୍ୟରେ ତଥ୍ୟ ଆବେଦନ କଲେ କିଛି ଉତ୍ତର ମିଳୁ ନାହିଁ ବୋଲି ଜଣା ଯାଇଛି. ପୂର୍ବରୁ ଏନଏ ସି ର ପୂର୍ବତନ ଉପାଧ୍ୟକ୍ଷ ବାପୁନ ତ୍ରିପାଠୀ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୈଦନାଥ ମାଝୀଙ୍କ ସମେତ ଏକାଧିକ ଗ୍ରାହକ ପ୍ରତି ଦିନ ତେଲ ଟାଙ୍କିର ମାଲିକ ଓ କର୍ମଚାରୀଙ୍କ ଦୁର୍ବ୍ୟବହାର ର ଶିକାର ହେଉଛନ୍ତି. ତେଣୁ ଜ଼ିଲ୍ଲା ପ୍ରଶାସନ ତୁରନ୍ତ ହସ୍ତ କ୍ଷେପ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସହରରେ ଆଉ ଏକ ତେଲ ଟାଙ୍କି ଖୋଲିବା ପାଇଁ ଗ୍ରାହକ ମହଲରେ ଦାବୀ ହେଉଥିବା ଜଣା ଯାଇଛି. ନଚେତ ଆଗାମୀ ଦିନରେ ଯେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଏଥି ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଗ୍ରାହକ ମାନେ ଗଣ ମାଧ୍ୟମ ରେ ସୂଚନା ପ୍ରଦାନ କରିଥିବା ଜଣା ଯାଇଛି. ଏ ସମ୍ପର୍କ ରେ ଅତରିକ୍ତି ଜ଼ିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୁଶୀଲ ଜେନାଙ୍କୁ ଯୋଗାଯୋଗ କରିବାରୁ. ତଦନ୍ତ କରି ଉତଚିତ ପଦକ୍ଷେପ ନିଆଯବ ବୋଲି ସୂଚନା ଦେଇ ଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା କୋଟପାଡ଼ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed