April 27, 2026

ରତ୍ନାବେଦୀକୁ ବାହୁଡ଼ିଲେ ମହାପ୍ରଭୁ

IMG-20230629-WA0014
Share

ରତ୍ନାବେଦୀକୁ ବାହୁଡ଼ିଲେ ମହାପ୍ରଭୁ

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ତିନି ଠାକୁର ନିଜ ମନ୍ଦିରରୁ ବାହାରି ଦୀର୍ଘ ୮ଦିନ ପର୍ଯ୍ୟନ୍ତ ନିଜ ମାଉସୀ ଘରେ ରହି ବିଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇ ଆଜି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।ଜଗତର ନାଥ ଜଗନ୍ନାଥ ଙ୍କ ଏହି ବେଶ ଗୁଡ଼ିକ ଦର୍ଶନ କରି ଭକ୍ତ ଏହି କଳି ଯୁଗରେ ପାପ ବିମୋଚନ କରିଥାଏ ।ସେବାୟତ ମାନେ ଜଗତର ନାଥ ଜଗନ୍ନାଥ , ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କୁ ପହଣ୍ଡି କରି ରଥାରୂଢ଼ କରିଥିଲେ । ରଥରେ ପୂଜାର୍ଚ୍ଚନା ପରେ ଶତାଧିକ ଭକ୍ତ ରଥ ଟାଣି ନିଜ ମନ୍ଦିରକୁ ନେଇଥିଲେ ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ର କୋଟସମଲେଇ ର ବାହୁଡା଼ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।ସକାଳୁ ଖେଚୁଡ଼ି ଭୋଗ,ମଙ୍ଗଳାର୍ପଣ,
ମଙ୍ଗଳ ଆଳତି,ବେଶ ପରେ ଧାଡ଼ି ପହଣ୍ଡି ରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଆଣି ଘଣ୍ଟ ଶଙ୍ଖ,ଭକ୍ତ ଙ୍କ ହୁଳହୁଳି ହରିବୋଲ ଧ୍ୱନି ରେ ପ୍ରକମ୍ପିତ ସମଗ୍ର ପାତାଳି ଶ୍ରୀକ୍ଷେତ୍ରରେ ଭକ୍ତ ଏବଂ ଭଗବାନ ଙ୍କର ଏକ ଅପୂର୍ବ ମିଳନ ପରିଲକ୍ଷିତ ହୋଇଥିଲା l ଛେରାପହରା ପରେ ରଥଟଣା ହୋଇ ଛଳିଆ ପାହାଡ ର ତଳକୁ ତିନିରଥ କୁ ଅଣାଯାଇଥିଲା। ବିଶେଷ ଆକର୍ଷଣ ସ୍ୱରୂପ ଆଜି ଛୋଟ ଛୁଆଙ୍କ ରଥ ଛୁଁଆ କାର୍ଯ୍ୟକ୍ରମ ରେ ଶତାଧିକ ଛୁଆଙ୍କର ରଥଛୁଆଁ ହୋଇଥିଲା।ମା ମହାଲକ୍ଷ୍ମୀ ଛଳିଆ ଶ୍ରୀମନ୍ଦିରୁ ଚାହାଣୀ ବିଜେ ପରେ ଅଧର ଚୁମ୍ବିତ ମାଳ ସହ ପ୍ରତ୍ୟାବର୍ତ୍ତନ କରିଥିଲେ।ଆଜିର ବାହୁଡା ଯାତ୍ରାରେ ବୀରମହାରାଜପୁର ଉପ ଜିଲ୍ଲାପାଳ ଶ୍ରୀ ଅଶୋକ ଭୋଇ ଉଲୁଣ୍ଡା ବିଡ଼ିଓ ଶ୍ରୀମତି କରିସ୍ମା ବେଶ୍ରା ତହସିଲଦାର ଦିଲ୍ଲୀପ ମାଝୀ ଉଲୁଣ୍ଡା ଚେୟାରମ୍ୟାନ ଶାନ୍ତିଲତା ମିଶ୍ର ଆରକ୍ଷୀ ବାହିନୀ, ଅଗ୍ନିଶମ ସେବା,ସ୍ୱାସ୍ଥ୍ୟ ବିଭାଗ ଙ୍କ ସହ ଡ୍ରାଇଭର ମହାସଂଘ ତରଫରୁ ପ୍ରସାଦ, ଜଳ, ଭକ୍ତି ଚରଣ ମେଣ୍ଡିଲି ଙ୍କ ପରିବାର ତରଫରୁ ଦହି ପାଣି ବଣ୍ଟନ କରାଯାଇଥିଲା।