June 13, 2026

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

IMG-20260529-WA0011
Share

 

ବଅଁରପାଳ, (ସମିସ) : ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୌଦାମିନୀ ଦୈଦ୍ୟଙ୍କ ଅବସର ଗ୍ରହଣ ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ଶିକ୍ଷାଦାନ କ୍ଷେତ୍ରରେ ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ଛାତ୍ରଛାତ୍ରୀଙ୍କ ପ୍ରତି ମାତୃସ୍ନେହ ଭାବନାରେ ସେ ଅଞ୍ଚଳରେ ଜଣେ ଆଦର୍ଶ ଶିକ୍ଷୟତ୍ରୀ ଭାବେ ପରିଚିତ ଥିଲେ ।

ଏହି ବିଦାୟ ସଭାରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ରହି ସୌଦାମିନୀ ଦୈଦ୍ୟଙ୍କ ଶିକ୍ଷା କ୍ଷେତ୍ରର ଅବଦାନକୁ ସ୍ମରଣ କରିଥିଲେ । ତାଙ୍କର ନମ୍ର ବ୍ୟବହାର, ଶୃଙ୍ଖଳାପ୍ରିୟତା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ନିରନ୍ତର ପ୍ରୟାସକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ ।

କାର୍ଯ୍ୟକ୍ରମରେ ତାଙ୍କୁ ଉପହାର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ନିଜ ବକ୍ତବ୍ୟରେ ସୌଦାମିନୀ ଦୈଦ୍ୟ ବିଦ୍ୟାଳୟ ସହିତ ଜଡିତ ସ୍ମୃତିଗୁଡ଼ିକୁ ମନେପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ସମସ୍ତଙ୍କର ସ୍ନେହ, ସହଯୋଗ ଓ ସମ୍ମାନ ପାଇଁ କୃତଜ୍ଞତା ଜଣାଇଥିଲେ ।

ଶେଷରେ ସମସ୍ତେ ତାଙ୍କର ସୁସ୍ଥ, ସୁଖମୟ ଏବଂ ଦୀର୍ଘାୟୁ ଅବସର ଜୀବନ କାମନା କରିଥିଲେ ।

You may have missed