May 29, 2026

ଗାନ୍ଧୀରତ୍ନ ରେ ସମ୍ମାନିତ ହେଲେ +୨ବିଜ୍ଞାନ ଛାତ୍ରଛାତ୍ରୀ

IMG-20260529-WA0010
Share

ଖୋର୍ଦ୍ଧା ଜିଲ୍ଲା ପୀତାପଲି ରେ ଗାନ୍ଧୀ ବିଜ୍ଞାନ କଲେଜ ର ଚଳିତ ବର୍ଷ +୨ ବିଜ୍ଞାନରେ ସର୍ବାଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଥିବା ୩୫ଜଣ ଛାତ୍ରଛାତ୍ରୀଙ୍କୁ କଲେଜ ପକ୍ଷରୁ ଗାନ୍ଧୀରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି l ଅନୁଷ୍ଠାନର ଅଧକ୍ଷ ଡାକ୍ତର ସୁଧାଂଶୁ ଶେଖର ମହାରଣାଙ୍କ ଅଧକ୍ଷତାରେ କଲେଜର ପ୍ରିନ୍ସିପାଲ, ଅଧ୍ୟାପକ, ଅଧ୍ୟାପିକା ଏବଂ କଲେଜର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମଞ୍ଚାସିନ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ପଗଡି, ମାନପତ୍ର, ପୁଷ୍ପଗୁଛ ପ୍ରଦାନ କରି ଗାନ୍ଧୀରତ୍ନ ସମ୍ମାନରେ ସମ୍ମାନିତ କରିବା ସହିତ ଅଭିଭାବକ ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ l ଅନୁଷ୍ଠାନ ର ଅଧକ୍ଷ ଡାକ୍ତର ସୁଧାଂଶୁ ଶେଖର ମହାରଣାଙ୍କ କହିବାନୁସାରେ ଚଳିତବର୍ଷ ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ ରେ ସର୍ବମୋଟ ୩୪୬ ଜଣ ଛାତ୍ରଛାତ୍ରୀ +୨ବିଜ୍ଞାନ ପରୀକ୍ଷା ଦେଇଥିବା ବେଳେ ୩୪୩ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ସେଥିମଧ୍ୟରୁ ୩୫ ଜଣ ୯୦%ରୁ ଉର୍ଦ୍ଧ ନମ୍ବର ରଖିଥିବା ବେଳେ ୧୦୨ଜଣ ୫୦୦ରୁ ଉର୍ଦ୍ଧ ଏବଂ ୧୪୨ ଜଣ ଛାତ୍ରଛାତ୍ରୀ ୮୦%ରୁ ଉର୍ଦ୍ଧ ନମ୍ବର ରଖି ଗାନ୍ଧୀ ବିଜ୍ଞାନ କଲେଜ ପାଇଁ ଗୌରବ ଅର୍ଜନ କରିଛନ୍ତି l ଏହି ସଫଳତା ପାଇଁ ଅନୁଷ୍ଠାନ ର ଅଧକ୍ଷ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସମସ୍ତ ଶ୍ରେୟ ଦେବାସହିତ ଓଡ଼ିଶାର ସମସ୍ତ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି ଥରେ ଗାନ୍ଧୀ କଲେଜ ପରିଦର୍ଶନ କରି ଏଠାକାର ଗୁଣାତ୍ମକ ଶିକ୍ଷା ସହିତ ଉତ୍ତମ ସଂସ୍କାର ଏବଂ ଶୃଙ୍ଖଳିତ ଅନୁଶାସନ କୁ ଥରେ ବୁଲି ଦେଖିଯାଆନ୍ତୁ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed