ଆଜିର ଖବର..
୧-ଭୁବନେଶ୍ୱର:ଚାଷୀ ପୁଅରୁ OCS ଟପ୍ପର; ବୁବୁନଙ୍କ ସଫଳତାକୁ ନେଇ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ।
୨-ଚଳିତ ବର୍ଷରୁ ଓଡ଼ିଆରେ ପଢ଼ା ହେବ +୨ ବିଜ୍ଞାନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି।
୩-ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସରକାରଙ୍କ ଦ୍ୱିତୀୟ ବାର୍ଷିକୀ ସମାରୋହରେ ଯୋଗଦେବେ।
୪-ଭୁବନେଶ୍ୱର:ଜଙ୍ଗଲ ଜମି ଉପରେ ୱଣ୍ଡେର୍ଲା ୱାଟର୍ ପାର୍କ ! ତଦନ୍ତ କମିଟି ଗଠନ ପାଇଁ ଏନଜିଟିର ନିର୍ଦ୍ଦେଶ।
୫-ଭୁବନେଶ୍ୱର:କାଳବୈଶାଖୀ ପ୍ରଭାବରେ ଆହୁରି କମିବ ତାତି, ତାପମାତ୍ରା ୩ ଡିଗ୍ରୀ କମିପାରେ।
୬-ରୋମାନିଆରେ କଳାର କମାଲ୍ ଦେଖାଇଲେ KIIT ଓ KISS ଛାତ୍ରଛାତ୍ରୀ, ପରିବେଷଣ କଲେ ଶେକ୍ସପିୟରଙ୍କ ନାଟକ ‘ମ୍ୟାକବେଥ୍’`।
୭-କୋଇଲା ତଳେ ଲୁଚିଥିଲା ଗଞ୍ଜେଇ, ଜେସିବି ଲଗାଇ ଖୋଲିଲା ପୋଲିସ; କନ୍ଧମାଳରେ ବଡ଼ ଧରଣର ଧରପଗଡ଼।
୮-କାଳବୈଶାଖୀରେ ଛାରଖାର ବଣାଇ, ଉଡ଼ିଲା ଘର ଆବେଷ୍ଟସ, ୩୦ରୁ ଅଧିକ ବିଦ୍ୟୁତ ଖୁଣ୍ଟ ପ୍ରଭାବିତ।
୯-ବ୍ୟବସ୍ଥାର ପରିହାସ: ୨ ମାସ ହେଲା ମିଳୁନି ଭତ୍ତା, ଟିପ ଚିହ୍ନ ଆଉ ଆଖି ସ୍କାନ ଚକ୍କରରେ ନାକେଦମ ହେଲେଣି ୫୭ ଲକ୍ଷ ଅସହାୟ!
୧୦-ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ହେବ, ଖୁବଶୀଘ୍ର ୬ ଲେନ ବିଶିଷ୍ଟ ଏଲେଭେଟେଡ଼ କରିଡର।
୧୧-କେନ୍ଦ୍ରାପଡ଼ା:ମହଙ୍ଗା ପଡ଼ିଲା ଥାନାରେ ଥାର୍ଡ ଡିଗ୍ରୀ,ମା ପୁଅଙ୍କୁ ମାଡ଼ ମାରିବା ଘଟଣାରେ ତାଳଚୁଆ ଆଇଆଇସିଙ୍କୁ ନିଲମ୍ବିତ କଲେ ପୁଲିସ ଡିଜି।
୧୨-ଦେବାଶିଷ ଖୋଲିଲେ ଶଙ୍ଖ ଶିବିରର ଗୁମର, ‘ବିଜେଡି ଲୋପ ପାଇଯିବ, ପାଣ୍ଡିଆନ ହିଁ ସାଜିଛନ୍ତି ଭୈରବ’।
୧୩-ବରଗଡ଼ ଧନୁଯାତ୍ରା ତୋରଣରେ ମହାଦୁର୍ନୀତି ଅଭିଯୋଗ: ସରକାରୀ ବାବୁଙ୍କ ପିସି କାରବାର ନେଇ ଭିଜିଲାନ୍ସ ତଦନ୍ତ ଦାବି।
୧୪-ଭୁବନେଶ୍ୱର:ମୋବାଇଲ ଲିଙ୍କ୍ ରେ କ୍ଲିକ୍ କରିବା ମାତ୍ରେ ଖାଲି ହେଉଥିଲା ବ୍ୟାଙ୍କ ଆକାଉଣ୍ଟ, ୪ ଅଭିଯୁକ୍ତ ଗିରଫ।
୧୫-ଜାଲ କାଗଜପତ୍ର ଦେଖାଇ ୬. ୮୮ କୋଟି ଟଙ୍କା ଲୋନ୍ ଅଭିଯୋଗ, କଟକର ପ୍ରଦୀପ୍ତ କୁମାର ଲେଙ୍କାଙ୍କୁ ଗିରଫ କଲା EOW।
୧୬-କର୍ଣ୍ଣାଟକ ରାଜନୀତିରେ ବଡ ହଲଚଲ,ରାଜ୍ୟସଭାକୁ ଯିବା ନେଇ ସିଧା ମନା କଲେ:ବିଦାୟୀ ମୁଖ୍ୟମନ୍ତ୍ରୀ।
୧୭-ନ୍ଯୁଚଣ୍ଡୀଗଡ଼:IPL କ୍ବାଲିଫାୟର ୨ ମୁକାବିଲା ଆଜି, ଗୁଜୁରାଟ ବୋଲିଂ ବନାମ ରାଜସ୍ଥାନ ବ୍ୟାଟିଂ।
୧୮-ନୂଆ ଦିଲ୍ଲୀ:କମଳା,ବାଇଗଣୀ ଟୋପି ଦୈ।ଡରେ ବୈଭବ, ଭୁବନେଶ୍ୱର ଓ ରବାଡା।
୧୯-ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍କା, ଟିଏମସି (TMC) ର ମୁଖପାତ୍ର ପଦରୁ ଇସ୍ତଫା ଦେଲେ ଶାନ୍ତନୁ ସେନ୍।
୨୦-କ୍ରିସ୍ ଗେଲଙ୍କ ସର୍ବକାଳୀନ ରେକର୍ଡ ଭାଙ୍ଗିଲେ ୧୫ ବର୍ଷର ବୈଭବ ! ଗେଲ୍ କହିଲେ- ଆସିଗଲା ନୂଆ ସିକ୍ସ ମେସିନ୍।
୨୧-ଗ୍ରୀସ, ସାଇପ୍ରସ ଓ ଆର୍ମେନିଆକୁ ବ୍ରହ୍ମୋସ ମିସାଇଲ ଦେଉଛି ଭାରତ! ଚିନ୍ତାରେ ତୁର୍କୀ।
୨୨-ନୂଆ ଦିଲ୍ଲୀ:ତ୍ୱିଷା ଶର୍ମା ମୃତ୍ୟୁ ମାମଲା, ଶାଶୁ ଗିରିବାଳାଙ୍କୁ ଗିରଫ କଲା ସିବିଆଇ।
୨୩-ପୁଣି ଇରାନ ଉପରେ ଆକ୍ରମଣ କଲା ଆମେରିକା ; ବିପଦରେ ହର୍ମୁଜ୍ ! ଲେବାନନରେ ଇସ୍ରାଏଲୀ ଆକ୍ରମଣ ତୀବ୍ରତର।
