September 22, 2026

ପ୍ରେସ କ୍ଲବ ସାନଖେମୁଣ୍ଡିର ସାଧାରଣ ବୈଠକ ଓ ଆଲୋଚନାଚକ୍ର ଅନୁଷ୍ଠିତ 

IMG-20260529-WA0001
Share

 

ସାନଖେମୁଣ୍ଡି ୨୮/୦୫/୨୬ :(ବିଜୟ କୁମାର ପ୍ରଧାନ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ର ପ୍ରେସ କ୍ଲବ ସାନଖେମୁଣ୍ଡି ର ସଦସ୍ୟ ମାନେ ସଦା ସର୍ବଦା ସାଧାରଣ ଲୋକଙ୍କ ସହିତ ରହିଆସୁଛନ୍ତି। ଅଧିକରୁ ଅଧିକ ଲୋକଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ପାଇଁ ପ୍ରେସ କ୍ଲବ ସାନଖେମୁଣ୍ଡି ପକ୍ଷରୁ ମହାନଳା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ସାଧାରଣ ଅଧିବେଶନ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି!

ସାନଖେମୁଣ୍ଡି ଜନଗଣଙ୍କ ସାମୂହିକ ସମସ୍ୟା ସାମାଜିକ ଭିତ୍ତଭୂମିର ବିକାଶ ସହ ଅଞ୍ଚଳର କଳା ସାହିତ୍ୟ ସଂସ୍କୃତିର ବିକାଶ ଦିଗରେ ନିଷ୍ପକ୍ଷ ଭାବେ ଖବର ପରିବେଷଣକୁ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ କ୍ଳବ୍ ପକ୍ଷରୁ ଆଗାମୀ ଦିନରେ ସାନଖେମୁଣ୍ଡି ରେ ଥିବା ଲୋକୟିତ ପ୍ରତିଭା, କଳା ଓ ସାଂସ୍କୃତି ଓ ସାହିତ୍ୟ ଆସରକୁ ନେଇ ପ୍ରେସ କ୍ଲବ ମହୋତ୍ସବ ଆୟୋଜିତ କରାଯିବା ନେଇ ନିଷ୍ପତ୍ତି ନିଆଯାଇଅଛି । ପଦ୍ମଲୋଚନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିନାୟକ ଦାଶ, ନାରାୟଣ ସେଠି, ଶିବରାମ ସ୍ୱାଇଁ, ପ୍ରଫୁଲ୍ଲ ସାବତ, ଅଶୋକ କୁମାର ସାହୁ, ବିଜୟ କୁମାର ପ୍ରଧାନ, ସୁଦର୍ଶନ ଚୌଧୁରୀ, ଅମିତ କୁମାର ସାହୁ, ଅଜୟ କୁମାର ସ୍ୱାଇଁ, ରଘୁନାଥ ନାୟକ, ସପନ ଦାସ ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ।

You may have missed