November 22, 2024

ପାରମ୍ପରିକ ଉତ୍ସବ ପୁଷ୍ ପୁନି ଭେଟଘାଟ ଉଦଯାପିତ…

Share

                                                                                                                                କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ସଦର ସାଗରଗୁଡା ସହିଦ୍ ଲକ୍ଷ୍ମଣ ନାୟକ ପଡ଼ିଆ ଠାରେ ପୁଷ୍ ପୁନି ଭେଟଘାଟ ଉଦଯାପିତ ହୋଇଯାଇଛି l ଗତ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବି ଡି ଓ ମନୋରଞ୍ଜନ ତାଣ୍ଡି ଏବଂ ସମ୍ମାନିତ ଅତିଥି ଭାବେ ତହସିଲଦାର ବିନୋଦ କୁମାର ନାୟକ ଯୋଗଦେଇ ଥିଲେ l ପରମ୍ପରା ଅନୁସାରେ ପଡ଼ିଆରେ ଠାକୁରାଣୀ ହୁଣ୍ଡିରେ ପୂଜାର୍ଚ୍ଚନା କରି ଅତିଥି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ସହିଦ୍ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଂଘ ସଭାପତି ମହେଶ୍ବର ପେଣ୍ଠିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏହି ବ୍ଲକର ମୂଳ ଅଧିବାସୀଙ୍କ କଳା ଓ ସଂସ୍କୃତି ସହ ଯୋଡିତ ଥିବା ବଡ଼ ପର୍ବ ପୁଷ୍ ପରବରେ ଏ ଅଞ୍ଚଳର କଳା, ସଂସ୍କୃତି, ପରମ୍ପରା ଓ ଭାଇଚାରାକୁ ବଜାୟ ରଖିବା ଓ ସୁଦୃଢ଼ କରିବା ନିମନ୍ତେ ଏହା ଏକ ବହୁ ବଡ଼ ପଦକ୍ଷେପ l ଏହି କାର୍ଯ୍ୟକ୍ରମ ଦ୍ଵାରା ଏ ଅଞ୍ଚଳର ସମସ୍ତ ଜାତିର କଳା ଓ ସଂସ୍କୃତିକୁ ପ୍ରଦର୍ଶନ ହୋଇପାରୁଛି l ଏହା ଦ୍ୱାରା ବର୍ଷକୁ ଥରେ ଅଞ୍ଚଳର ବିଭିନ୍ନ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ହୋଇପାରୁଛି l ସଂଘର ଏହି ପଦକ୍ଷେପ ବହୁ ପ୍ରଶଂସନୀୟ ଆଗାମୀ ଦିନରେ ବଜାୟ ରଖିବା ପାଇଁ ବକ୍ତବ୍ୟ ରଖିଥିଲେ l
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟୀକା ପଦ୍ମିନୀ ଦିଆନ୍ ଯୋଗଦେଇ କୁନ୍ଦୁରା ବ୍ଲକରେ ଏହି ପୁଷ୍ ପୁନି ଭେଟଘାଟ ୨୦ ବର୍ଷରୁ ଅଧିକ ହେବ କ୍ରମାଗତ ଭାବେ ଚାଲି ଆସିଛି l ଏହା ଦ୍ଵାରା ପୁଷ୍ ପରବରେ ଗାଁ ଗାଁ ରେ ଲୁଚି ଯାଉଥିବା ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ଦେଖିବାକୁ ମିଳୁଛି l ଏହା ଆଜିର ଯୁବ ପିଢ଼ିଙ୍କୁ ନିଜ ଅଞ୍ଚଳର ପରମ୍ପରା ସହ ସାମିଲ ହେବାର ସୁଯୋଗ ଦେଉଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ l ସମ୍ମାନିତ ଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ, ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ବାଲା ରାୟ, ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା, ଜିଲ୍ଲା ପରିଷଦ ସଭ୍ଯା କନକଲତା ପେଣ୍ଠିଆ, ସାଂସଦ ପ୍ରତିନିଧି ବୃନ୍ଦାବନ ମଲ୍ଲିକ, ବିଧାୟୀକା ପ୍ରତିନିଧି ରମାକାନ୍ତ ମିଶ୍ର, ଲ୍ୟାମ୍ପ ଅଧ୍ୟକ୍ଷା ସୁଭଦ୍ରା ଭୂମିଆ, ଆତ୍ମା ଅଧ୍ୟକ୍ଷ ବଳଭଦ୍ର ଆଚାର୍ଯ୍ୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସମ୍ବାରି ଭତରା, ପୂର୍ବତନ କୁନ୍ଦୁରା ସରପଞ୍ଚ ପାର୍ବତୀ ଫାମ୍ପୁଣିଆ ,ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା, ପ୍ରମୂଖ ମଞ୍ଚାସୀନ ଥିଲେ l ପୁଷ୍ ପୁନିର ସ୍ୱତନ୍ତ୍ର ପାରମ୍ପରିକ ନୃତ୍ୟ ଦଣ୍ଡାହଳିଆ, ରିଞ୍ଜୋଡ଼ି ଦୁରୁଆ, ମୂଜୁରାମାଝି, ଢେମସା, ଟୁଡୁରl ନୃତ୍ୟ ଓ କୋରାପୁଟିଆ,ଗୀତ କୁଡ଼ିଆ, ଛେର ଛେରା ଆଦି ସଙ୍ଗୀତ ପରିବେଷଣ ହୋଇଥିଲା l କୁନ୍ଦୁରା ବ୍ଲକର ପ୍ରତିଭା ତଥା ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଜୈବିକ ଦେଶୀଧାନ, ପନିପରିବା ଚାଷ ଓ ମାଣ୍ଡିଆ ରାଣୀ ଭାବେ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନୀତ ଲିମା ପଞ୍ଚାୟତ ନୂଆଗୁଡ଼ାର ରାଇମୋତି ଘିଉରିଆ, କୁନ୍ଦୁରାର ସଫଳ ଅନ୍ଧ ଶିକ୍ଷକ କୋରାପୁଟରେ କାର୍ଯ୍ୟରତ ଗୁପ୍ତ ପ୍ରସାଦ ମହାନ୍ତି, ବାବୁଲି ହରିଜନ ଓ ସୁନାଦେଇ ହରିଜନ, ବୃତ୍ତିରେ ମହୁରିଆ ହୋଇଥିଲେ ସୁଦ୍ଧା ତାଙ୍କ ଦୁଇ ପୁଅ ଙ୍କୁ ଉଚ୍ଚ ଶିକ୍ଷିତ କରି ଜଣଙ୍କୁ ମେଡିକାଲ ଓ ଅନ୍ୟ ଜଣଙ୍କୁ ଦେଶର ସୀମା ସୁରକ୍ଷା ଯବାନରେ ନିଯୁକ୍ତି କରିବାରେ ସଫଳ ହୋଇ ଥିବାରୁ ଆଜି କାର୍ଯ୍ୟକ୍ରମର ଏହି ତିନି ଜଣଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ସମ୍ମାନୀତ କରାଯାଇଥିଲା l ବ୍ଲକ ର ପ୍ରତି ପଞ୍ଚାୟତରୁ ଆସିଥିବା ମହିଳା ପୁରୁଷ ନିଜ ଅଞ୍ଚଳର ନୃତ୍ୟ, ସଙ୍ଗୀତକୁ ବେଶ୍ ଉପଭୋଗ କରିଥିଲେ l ଆୟୋଜକ ସହିଦ୍ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଂଘର କର୍ମକର୍ତ୍ତା ରାମକୃଷ୍ଣ ନାୟକ, ରାମ ସ୍ଵାମୀ ହରିଜନ, ଭକ୍ତ ନାୟକ, ଧନୁର୍ଯୟ ଗଣ୍ଡା, ଲବ ପରଜା, ଦାମୋଦର ଗଣ୍ଡା, ଶିବ ପ୍ରଧାନୀ, ଶୁକ ପରଜା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ସଂଘର ବରିଷ୍ଠ ସଦସ୍ୟ ତ୍ରିନାଥ ହରିଜନ ମଞ୍ଚ ପରିଚାଳନା କରିଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l