ପିଏମଶ୍ରୀ ବୁଦ୍ଧଗିରି ବିଦ୍ୟାପୀଠର ବାର୍ଷିକୋତ୍ସବ

ବୁଗୁଡା : ତା ୦୯/୦୪/୨୫ :ସ୍ଥାନୀୟ ବୀରଧନଞ୍ଜୟପୁରସ୍ଥିତ ପିଏମଶ୍ରୀ ବୁଦ୍ଧଗିରି ବିଦ୍ୟାପୀଠର ବାର୍ଷିକ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ପ୍ରଧାନଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ତହସିଲଦାର ତାପସ କୁମାର ରାଉତ , ସମ୍ମାନିତ ଅତିଥି ଭାବେ କେ.ନୀଳମାଧବ ଆଚାରୀ , ଉପ-ନିବନ୍ଧକ ଅଧିକାରୀ ସବିତା ଦଳାଇ , ବିଇଓ ଚିନ୍ମୟ ମହାପାତ୍ର , କାଉନସିଲର ସପ୍ନା କୁମାରୀ ଦାଶ ଓ ଏସ୍ଏମସି ସଭାପତି ଦିବ୍ଯ ଚରଣ ଦାଶ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି ଉତ୍ସବର ପ୍ରାରମ୍ଭରେ ବୈଷ୍ଣବ ଚରଣ ଦାଶ ବେଦପାଠ ଓ କିରାଣୀ ଗନ୍ଧର୍ବ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ କ୍ରୀଡା ଶିକ୍ଷକ ବିନୋଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
