May 10, 2026

ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଅଣ ତାଲିମ୍ ପ୍ରାପ୍ତ ସ୍କାଉଟ୍ ମାଷ୍ଟର୍ ଏବଂ ଗାଇଡ୍ କ୍ୟାପଟେନ୍ ଙ୍କର ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

IMG-20250409-WA0060
Share

 

 

ବେଲଗୁଣ୍ଠା,୦୯/୦୪, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଅଣ ତାଲିମ୍ ପ୍ରାପ୍ତ ସ୍କାଉଟ୍ ମାଷ୍ଟର୍ ଏବଂ ଗାଇଡ୍ କ୍ୟାପଟେନ୍ ଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି I ଗଞ୍ଜାମ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଳା ଶିକ୍ଷାଧିକାରୀ ରାଜେଶ୍ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଆଠଟି ବ୍ଳକ୍ ଅର୍ଥାତ୍ ଆସିକା, ବେଲଗୁଣ୍ଠା, ସୋରଡ଼ା, ଭଞ୍ଜନଗର, ଜଗନ୍ନାଥପ୍ରସାଦ, ଧରାକୋଟ, ବୁଗୁଡ଼ା ଏବଂ ଶେରଗଡ଼ ବ୍ଳକ୍ ର 189 ଜଣ ସ୍କାଊଟ୍ ମାଷ୍ଟର୍ ଏବଂ ଗାଇଡ଼୍ କ୍ୟାପଟେନ୍ ଯୋଗଦେଇଥିଲେ I ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ରୂପେ ଜିଲ୍ଲା ସଂଗଠନ କମିଶନର୍ ଲକ୍ଷ୍ମୀ ନାରାୟଣ ପଣ୍ଡା,ଜିଲ୍ଳା ତାଲିମ୍ କମିଶନର୍ ବିକ୍ରମ ମହାରଣା,ଜିଲ୍ଲା ପ୍ରତିନିଧି ସୁଶ୍ରୀ ସ୍ଵପ୍ନା ପାଣିଗ୍ରାହୀ, ଭାସ୍କର ରଣା, ସ୍କାଉଟ୍ ମାଷ୍ଟର୍ ରାଜେଶ୍ ପାତ୍ର ଏବଂ ଜୟକୃଷ୍ଣ ପାତ୍ର ପ୍ରମୁଖ ଯୋଗ ଦେଇ ଏହାର ନିୟମାବଳୀ, ଶପଥପାଠ,ଉଦ୍ଦେଶ୍ୟ ଏବଂ ଇତିହାସ ସମ୍ପର୍କରେ ଆଲୋଚନା କରିବା ସହିତ ବିଦ୍ୟାଳୟ ସ୍ତରରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ତାଲିମ୍ ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମରେ ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I ଜିଲ୍ଳା ଶାରୀରୀକ ଶିକ୍ଷା ପରିଦର୍ଶକ ଭାଗିରଥି ସ୍ୱାଇଁଙ୍କ ବଳିଷ୍ଠ ସଂଯୋଜନାରେ ଏହି ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା I ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଶିକ୍ଷକ ଆଶୁତୋଷ ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସ୍କାଉଟ୍ ମାଷ୍ଟର୍, ଗାଇଡ଼୍ କ୍ୟାପଟେନ୍ ଏବଂ ସାଧନକର୍ମୀମାନେ ବିଦ୍ୟାଳୟର ଶୈକ୍ଷିକ ଏବଂ ଭୌତିକ ପରିବେଶକୁ ଉଚ୍ଚ ପ୍ରଶଂସା କରିଥିଲେ I

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ