ମାତାଲ ଡ୍ରାଇଭର ଓଲୋଟାଇଲା ରୋଗୀଯାନ : ଦୋଷ ଦିଆଯାଉଛି ରୋଗୀ ଗାଡିକୁ : ପୋଲିସ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ କି ପ୍ରକାର କରିବେ ତଦନ୍ତ : କିଏ ହେବ ଦୋଷୀ ସାବ୍ୟସ୍ତ ???
କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ କପୁଣ୍ଡି ଠାରେ ୧୦୮ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ରାସ୍ତା କଡ଼ରେ ଓଲୋଟି ପଡିଛି l
ସୂଚନା ଅନୁଯାଇ, ଆମ୍ବୁଲାନ୍ସ ଟି ପାଟଣା ମେଡିକାଲରେ ମୁତୟନ ଥିବା ବେଳେ ପୂର୍ବାହ୍ନରେ ସାହାରପଡା ବ୍ଲକ ଖଡ଼ିକାପଦା ଗ୍ରାମକୁ ରୋଗୀ ଆଣିବା ପାଇଁ ଯାଉଥିବା ସମୟରେ କପୁଣ୍ଡି ଗ୍ରାମ ନିକଟ ପଇଦାନାଳ ଠାରେ ଭାରସାମ୍ୟ ହରାଇ ରାସ୍ତାର ୮ ଫୁଟ ତଳକୁ ଖସି ପଡିଛି l
ପଥଚାରିଙ୍କ କହିବା ଅନୁଯାୟୀ ଏହି ଆମ୍ବୁଲାନ୍ସ ଡ୍ରାଇଭର ଦୟାନିଧି ମହାନ୍ତ ଅତ୍ୟଧିକ ନିଶାଶକ୍ତ ଥିବାରୁ ଗାଡି ଟିକୁ ଦୁର୍ଘଟଣା ଗ୍ରସ୍ତ କରିଥିବା କହିଛନ୍ତି l ସେପଟେ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିବା ହେତୁ ଚାଲିବାକୁ ବି ସକ୍ଷମ ନ ଥିବା ବେଳେ ତାଙ୍କୁ ଉଦ୍ଧାର କରି ପୋଲିସ କୁ ଜିମା ଦିଆ ଯାଇଛି l ଡ୍ରାଇଭର କୁ ପଚାରିବାରୁ ସେ କହିଛନ୍ତି ମୁଁ ମଦ୍ୟପାନ କରି ନାହିଁ ଯଦି କହୁଛନ୍ତି ମେଡିକାଲ ରେ ପରୀକ୍ଷା କରିବାକୁ ଖୁଲା ଖୁଲୀ ଗଣମାଧ୍ୟମ ଆଗରେ କହିଛନ୍ତି l ଡ୍ରାଇଭରଙ୍କ କହିବା ଅନୁଯାଇ ଗାଡି ର ବୋଲଜଂଟ ଭାଙ୍ଗି ଯିବାରୁ ଏପରି ଦୁର୍ଘଟଣା ଘଟିଛି l ଏଠାରେ ପ୍ରଶ୍ନ ଉଠୁଛି ଯେ ଗାଡି ଖରାପ ଥିବା ସ୍ୱେତେ କାହିଁକି ରୋଗୀ ଆଣିବାକୁ ଯାଉଥିଲେ, ସେପଟେ ଏହି କିଛି ମାସ ହେବ ଏହି ଫୋର୍ସ କମ୍ପାନୀ ଗାଡି ଗୁଡିକ ରୋଗୀ ଜାନ ପାଇଁ ପ୍ରତେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ମୁତୟନ କରିଛନ୍ତି ସରକାର ହେଲେ ନୂତନ ଗାଡି ଥିବା ବେଳେ ଏପରି କାହିଁକି ଦୁର୍ଘଟଣା ଘଟିଛି l ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଆମ୍ବୁଲାନ୍ସ ପ୍ରତି କୌଣସି ପ୍ରକାର ଦୃଷ୍ଟି ଦେଉଥିବାରୁ ଏହିପରି ଘଟଣା ମାନ ସାମ୍ନାକୁ ଆସୁଛି l ଗୋଟେ ପଟେ ଡ୍ରାଇଭର ନିଶାପାନ କରି ଗାଡି ଚାଉଛନ୍ତି, ହେଲେ ନିଜକୁ ନିର୍ଦୋଷ ପ୍ରମାଣିତ କରିବା ପାଇଁ ଗାଡି ଉପରକୁ ଦୋଷ ସାବ୍ୟସ୍ତ କରା ଯାଉଛି l ଦୁର୍ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ଗାଡି କୁ ଜବତ କରି ଆମ୍ବୁଲାନ୍ସ ଡ୍ରାଇଭର କୁ ଅଟକ ରଖିବା ଜଣାପଡିଛି l ପୋଲିସ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସଠିକ ତଦନ୍ତ କରି ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l
ଜିଲ୍ଲାର ପ୍ରତେକ ଆମ୍ବୁଲାନ୍ସ ଗାଡି ଏବଂ କର୍ମଚାରୀ ମାନଙ୍କୁ ନଜର ଆଢୁ ଆଳ ରେ ସ୍ୱାସ୍ଥ୍ୟ ବିଭାଗ ରଖି କର୍ମ ଚାଳ କାର୍ଯ୍ୟ କାହିଁକି କରା ଯାଉଛି l ପ୍ରତେକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ବିଭାଗ ଟିମ ଯାଇ ତନ ତନ କରି ତଦନ୍ତ କରିବାକୁ ଦାବି ହେଉଛି l
ପାଟଣା ସ୍ୱାସ୍ଥ୍ୟ ବିଭାଗ କାହିଁକି ନିରବଦ୍ରଷ୍ଠା ସାଜୁଛି, ସାଲାସୁତୁରା ଚାଲିଛି କି ପାଟଣା ସ୍ୱାସ୍ଥ୍ୟ ସେବା, କାହିଁକି ଖାମଖିଆଲି ରେ ରହିଛି ସ୍ୱାସ୍ଥ୍ୟ ବିଭାଗ, ମାତାଲ ଚାଳକ ଙ୍କୁ କାହିଁକି ଦିଆ ଯାଉଛି ଚଳାଇବାକୁ ରାସ୍ତାରେ, କାହା ପ୍ରବଚନାରେ ରହିଛି ଏହି ସ୍ୱାସ୍ଥ୍ୟ ସେବା ???
