June 21, 2026

ପାରଳାଖେମୁଣ୍ଡି କୁମୁଟି ସାହିର ଏକ ଘରୁ ଦେଢ଼ କେଜି ରୂପା ସହ ନଗଦ ୪୦ ହଜାର ଟଙ୍କା ଚୋରୀ, ସାଇଣ୍ଟିଫିକ ଟିମର ଅନୁଧ୍ୟାନ

IMG-20251228-WA0030
Share

 

 

ପାରଳାଖେମୁଣ୍ଡି:୨୮/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର କୁମୁଟି ସାହିର କେ.ନାରାୟଣା ଙ୍କ ଘରେ ଦୁର୍ବୃତ୍ତ ମାନେ ପଶି ଦେଢ କେଜି ରୂପା ଅଳଙ୍କାର ସମେତ ନଗଦ ୪୦ ହଜାର ଟଙ୍କା ଚୋରି କରିନେଇଥିବାର ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ କେ.ନାରାୟଣ ଏବଂ ତାଙ୍କ ପରିବାର ଲୋକେ ସୋମବାର ଦିନ ଆନ୍ଧ୍ରର ବୋବିଲି ଗ୍ରାମକୁ ଯାଇ ପାଞ୍ଚ ଦିନ ପରେ ନିଜ ଘରକୁ ଫେରିଥିଲେ ଘରେ ପଶି ଦେଖିବା ପରେ ଦୁର୍ବୃତ୍ତ ମାନେ ଆଲମିରାରେ ଥିବା ନଗଦ ୪୦ ହଜାର ଟଙ୍କା ସମେତ ରୂପା ଅଳଙ୍କାର ନେଇ ପଳାଇଥିବାର ଅଭିଯୋଗ ହୋଇଛି । ତେବେ ଘରର କୌଣସି ତାଲା ଭଙ୍ଗା ଯାଇନଥିବା ବେଳେ ଛାତ ଉପର ଦେଇ ଦୁର୍ବୃତ୍ତ ପଶିଥିବାର ଅନୁମାନ କରାଯାଉଥିବା ବେଳେ ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ଆଦର୍ଶଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରାଯାଇ ୪୨୧/୨୫ ରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ପ୍ରଦାନ କରିଛନ୍ତି