April 27, 2026

ପ୍ରୋତ୍ସାହନ ରାଶି ଦିଅ, ନ ହେଲେ ହେବ ଆନ୍ଦୋଳନ 

IMG-20251028-WA0096
Share

 

 

 

 

ଅନୁଗୋଳ ଜିଲ୍ଲାରେ କାର୍ଯ୍ୟ କରୁଥିବା ଆଶା କର୍ମୀମାନଙ୍କୁ ୪ ମାସ ହେଲା ପ୍ରୋତ୍ସାହନ ରାଶି ମିଳିନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଙ୍କୁ ସୋମବାର ଅଭିଯୋଗ କରିଛନ୍ତି। ଅନୁଗୋଳ ଜିଲ୍ଲାର ଆଶା କର୍ମୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଓ ପରିବାର ପୋଷଣ ପାଇଁ ସମସ୍ୟା ଭୋଗୁଥିବା ପ୍ରକାଶ କରିଛନ୍ତି। ଆଶା କର୍ମୀମାନଙ୍କ ଅଭିଯୋଗ ଅନୁସାରେ, ସେମାନେ ପାଉଥିବା ପ୍ରୋତ୍ସାହନ ରାଶିରୁ ପରିବାର ପ୍ରତିପ୍ରତିପୋଷଣ କରିଥାନ୍ତି। ପ୍ରତିମାସରେ ଯଦି ପ୍ରେତ୍ସାହନ ରାଶି ମିଳି ଯାଆନ୍ତା ପରିବାର ପୋଷିବା ସହ ଖୁସିରେ ରହି ସରକାରୀ କାର୍ଯ୍ୟଗୁଡିକୁ ତୁଲାଇ ପାରନ୍ତେ।ସେମାନେ ଆଉ ଏକ ଅଭିଯୋଗ କରିଛନ୍ତିଯେ, ଡ଼ାକ୍ତରଖାନାରେ ଝାଡ଼ୁଦାର ଠାରୁ ଆରମ୍ଭ କରି ଡ଼ାକ୍ତର ପର୍ଯ୍ୟନ୍ତ ସମସ୍ତେ ଚ଼ପଲ ପିନ୍ଧି କାର୍ଯ୍ୟ ନିର୍ବାହ କରୁଥିଲା ବେଳେ, ଆଶା କର୍ମୀ ମାନଙ୍କୁ ବାରଣ କରାଯାଇଛି। ତେଣୁ ସେମାନେ ଦାବି କରିଛନ୍ତି କି, ଚ଼ପଲ ପିନ୍ଧିବାକୁ ଅନୁମତି ଦିଆଗଲେ, ସେମାନେ ଆଶାଗୃହ ଠାରେ ଚ଼ପଲ ରଖି କାର୍ଯ୍ୟ କରିବେ ବୋଲି କହିଛନ୍ତି।୨୦୨୦ ରୁ ଟିବି ପ୍ରୋତ୍ସାହନ ରାଶି ମିଳି ନଥିଲା ବେଳେ, ଗତ ଜୁଲାଇ ମାସଠାରୁ ଆଜି ପର୍ଯ୍ୟନ୍ତ ବକେୟା ପାଉଣା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଦାବି ଗୁଡିକ ପୂରଣ ନ ହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।