April 27, 2026

ବାତ୍ୟାକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳାଙ୍କୁ ସ୍ୱତନ୍ତ୍ର ଗୃହକୁ ସ୍ଥାନାନ୍ତରିତ…

IMG-20251028-WA0040
Share

ମୋହନା –ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମନ୍ଥା ଆନ୍ଧ୍ରପ୍ରଦେଶର କାକିନାଡ଼ା ରେ ସ୍ଥଳ ଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଅଛି।ତେବେ ଉପକୂଳ ଅଞ୍ଚଳ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଗଜପତି ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି।ଯାହା ଫଳରେ ବାତ୍ୟାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜିଲ୍ଲାରେ ୭ ଗୋଟି ବ୍ଲକରେ ୭ ଜଣ ବରିଷ୍ଟ ଅଧିକାରୀ ମାନଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରିଛନ୍ତି ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ।ଗଜପତି ଜିଲ୍ଲା ଏକ ପାହାଡିଆ ଅଞ୍ଚଳ ହୋଇ ଥିବାରୁ ସାଧାରଣତଃ ଏଠାରେ ବନ୍ୟା ଭଳି ପରିସ୍ଥିତି ଉପୁଜେ ନାହିଁ କିନ୍ତୁ ବିଭିନ୍ନ ସ୍ଥାନର ତଳିଆ ଅଞ୍ଚଳରେ ଭୁସ୍ଖଳନ,ପାହାଡରୁ ପଥର ଓ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହେବା ସହ ଅନେକଙ୍କର ଜୀବନ ହାନୀ ହୋଇଥିବା ପୂର୍ବରୁ ନଜିର ରହିଛି।ଏଭଳି କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ପୂର୍ବରୁ ମୋହନା ବ୍ଲକରେ ୪୧ ଗୋଟି ଅସ୍ଥାହୀ ବାତ୍ୟା ଆଶ୍ରୟ ସ୍ଥଳୀ ଚିହ୍ନଟ କରାଯାଇ ବିପଦ ସଙ୍କୁଳ ଅବସ୍ଥାରେ ଥିବା ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତରିତ କରାଯାଇଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷେ ଏବଂ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଗର୍ଭବତୀ ମହିଳା ମାନଙ୍କ ସୁରକ୍ଷା ଦୃଷ୍ଟିରୁ ମୋହନା ସ୍ଥିତ ମା ଗୃହ ଓ ୩୮ ଜଣ ଗର୍ଭବତୀ ମହିଳାଙ୍କୁ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଥିବା ଏକ ସ୍ୱତନ୍ତ୍ର ଗୃହକୁ ସ୍ଥାନାନ୍ତରିତ କରାଯାଇ ସୁରକ୍ଷା ପ୍ରଦାନ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାକୁ ତଦାରଖ କରିବା ନିମନ୍ତେ ଉପ ଜିଲ୍ଲାପାଳ ଅନୁପ ପଣ୍ଡା ଏବଂ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ପ୍ରମୁଖ ଗାଁ ଗାଁ ବୁଲି ଲୋକଙ୍କ ନିକଟକୁ ଯାଇ ସୁରକ୍ଷା ନିମନ୍ତେ ସଚେତନ କରୁଥିବା ବେଳେ ବ୍ଲକ ସହ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଘଟଣା ପ୍ରତି ସତର୍କ ଦୃଷ୍ଟି ରଖିଥିବା ସହ ପଞ୍ଚାୟତ ସ୍ତରରେ କଣ୍ଟ୍ରୋଲ ରୁମ ଖୋଲି ସମୟ ଅନୁସାରେ ଖବର ସଂଗ୍ରହ ଜାରି ରହିଥିବା ପ୍ରକାଶ।