April 30, 2026

ବାତ୍ୟା ମୁକାବିଲା ଗ୍ରାଉଣ୍ଡ ଜିରୋରେ ପ୍ରଶାସନ, ସ୍ଥାନାନ୍ତରଣ ହେଲେଣି ୧୧ ହଜାରରୁ ଅଧିକ ଲୋକ*

IMG-20251028-WA0064
Share

 

 

ଭୁବନେଶ୍ୱର ୨୮/୧୦ : ଲୋକସଭା ଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ମୁକାବିଲା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମୀକ୍ଷା ପରେ ଜିରେ କାଜୁଆଲ୍‌ଟି ଲକ୍ଷ୍ୟ ଦେହରାଇଛନ୍ତି ସିଏମ୍‌ । ସେ କହିଛନ୍ତି, ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ଗ୍ରାଉଣ୍ଡରେ ପ୍ରଶାସନ ସଜାଗ ରହିଛି । ୨୦୪୮ରୁ ଅଧିକ ବାତ୍ୟା ଆଶାୟସ୍ଥଳ ପ୍ରସ୍ତୁତ ରହିଛି । ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ହେବାକୁ ସ୍ଥାନରୁ ୧୧ ହଜାର ୩ ଶହ ୯୬ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ କରାଯାଇଛି ।

 

 

 

 

 

 

ସୂଚନା ଅନୁଯାୟୀ, ମଙ୍ଗଳବାର ଲୋକସଭା ଭବନରେ ଦିନ ୧୦ଟାରେ ବାତ୍ୟା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ମିଟିଂରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଏସଆରସି ଦେଓ ରଞ୍ଜନ କୁମାର ସିଂ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ବରିଷ୍ଠ ଅଧିକାରୀ ଏବଂ ସମସ୍ତ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ଭିସି ମାଧ୍ୟମରେ ଯୋଗ ଦେଇଥିଲେ । ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୮ଟି ଜିଲ୍ଲାରେ ୧୪୦ଟି ଓଡ୍ରାଫ, ଏନଡିଆରଏଫ ଏବଂ ଅଗ୍ନିଶମ ଟିମ୍‌ ମୁତୟନ ହୋଇଛନ୍ତି । ୮ଟି ଜିଲ୍ଲାରେ ୨୦୪୮ ବାତ୍ୟା ଆଶ୍ରୟସ୍ଥଳୀକୁ ୧୧ ହଜାର ୩ ୯୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୩୨ ହଜାର ୫୫୪ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୧,୮୭୧ଆସନ୍ନ ପ୍ରସବା ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ବାତ୍ୟା ଛତିଶଗଡ଼ ମୁହାଁଇବାର ସମ୍ଭାବନା ଥିବାରୁ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

 

ଏହି ୮ ଜିଲ୍ଲାରେ ୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନ ସ୍କୁଲ ଅଙ୍ଗନଓ୍ବାଡ଼ି ଛୁଟି ଘୋଷଣା ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ୨୮ ଓ ୨୯ ତାରିଖ (୨ଦିନ) ସ୍କୁଲ ଛୁଟି ଘୋଷଣା କରାଯାଇଛି । ପୁରୀ ଓ ଗୋପାଳପୁର ବେଳାଭୂମିର ସମସ୍ତ ହୋଟେଲକୁ ସଟଡାଉନ ଘୋଷଣା କରାଯାଇଛି । ଆଜିଠୁ ଦୁଇ ଦିନ ପାଇଁ ବେଳାଭୂମିକୁ ଯିବା ମନା ହୋଇଛି । ସେଠାରେ ଥିବା ଉଠା ଦୋକାନି, ପର୍ଯ୍ୟଟକଙ୍କୁ ଖାଲି କରାଯାଇଥିଲା ।

 

 

ନିରବଛିନ୍ନ ବିଦ୍ୟୁତ ସରବରାହ ଓ ପାନୀୟ ଜଳ ଯୋଗାଣ ପାଇଁ ଇଞ୍ଜିନିୟରିଂ ବିଭାଗ ଗୁଡିକ ପ୍ରସ୍ତୁତ ହୋଇ ଅଛନ୍ତି । ବିକଳ୍ପ ଭାବେ ସମସ୍ତ ଜରୁରୀ ସେବା ସଂସ୍ଥା ଗୁଡିକରେ ଡିଜି ସେଟ୍ ମହଜୁଦ ରଖାଯାଇଛି। ସମସ୍ତ ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ସାପକାମୁଡା ଇଞ୍ଜେକ୍‌ସନ୍‌, ଔଷଧ ଓ ଚିକିତ୍ସା କିଟ୍ ମହଜୁଦ୍ ରଖାଯାଇଛି।

 

 

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଓ ପାହାଡିଆ ଅଞ୍ଚଳରେ ଭ୍ରମଣ ପାଇଁ ପର୍ଯ୍ୟଟକ ମାନଙ୍କୁ ନିଷେଧ କରାଯାଇଛି। ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି।

You may have missed